ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ରାଜ୍ୟରେ ମଣିପୁର ଠାରୁ ଆହୁରି ସାଙ୍ଘାତିକ ସ୍ଥିତି ହୋଇଛି। ବାଲେଶ୍ୱର କଲେଜ ଛାତ୍ରୀ ଜଣଙ୍କ ସମସ୍ତଙ୍କୁ ଜଣାଇଲା ପରେ ମଧ୍ୟ ଜୀବନ ବଂଚାଇ ପାରିଲେ ନାହିଁ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଉଚିତ୍ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ରାଜ୍ୟର ସବୁ ଜିଲ୍ଲାରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ସରକାରଙ୍କର କୌଣସି ଦାୟିତ୍ୱ ତୁଲାଇବା ପାଇଁ ଆଗ୍ରହ ନାହିଁ। କେବଳ ଦଳର ପ୍ରଚାରରେ ଲାଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା