ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ୨୦୨୬ ସୁଦ୍ଧା
ରାଜ୍ୟରେ ପ୍ରତିଘରକୁ ନଳ ଯୋଗେ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ବିଜେପି ସରକାର । ଏନେଇ
ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜଳଯୋଗାଣରେ ଫେଲ୍
ମାରିଥିଲା ତତ୍କାଳୀନ ବିଜେଡି ସରକାର । ମା, ଭଉଣୀ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଗରା, ବାଲଟି ଧରି ରାସ୍ତା
ଉପରେ ଛିଡା ହେବାକୁ ପଡୁଥିଲା । ଜଳଯୋଗାଣ
ଦାୟିତ୍ଵ ଦକ୍ଷିଣୀ ଠିକାଦାରଙ୍କୁ ଦିଆଯାଉଥିବାରୁ ଏଭଳି ସ୍ଥିତି ଉପୁଜିଥିଲା । ମୋହନ ସରକାରଙ୍କ
ଅମଳରେ ଜଳଯୋଗାଣ ସ୍ଥିତିରେ ସୁଧାର ଆସିଛି । ହର୍
ଘର୍ ଜଳ ଯୋଜନାରେ ପ୍ରତ୍ୟେକ ଘରର ଦୁଆରେ ପିଇବା ପାଣି ପହଞ୍ଚୁଛି । ବିଭିନ୍ନ ସ୍ଥାନରେ ମେଗା
ପାନୀୟ ଜଳ ପ୍ରକଳ୍ପ ଜୋରରେ ଚାଲିଛି । ଜଣେ
ବ୍ୟକ୍ତିଙ୍କ ଘର ହେଲେ ବି ସିଙ୍ଗଲ ପ୍ରୋଜେକ୍ଟର ପ୍ରାବଧାନ କରାଯାଉଛି । ୨୦୨୬ ସୁଦ୍ଧା ଲକ୍ଷ
ପୂରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶାର ବିଜେପି ସରକାର ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା