ପୁରୀ, 27 ଜୁଲାଇ (ହି.ସ.) ଆସନ୍ତାକାଲି ୨୮ତାରିଖ ସୋମବାର ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ ।ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଏହି ସୂଚନା ଦିଆଯାଇଛି | ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ | ଏହା ଏକ ଗୁପ୍ତ ନୀ
ଏହି ନୀତିରେ ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ମହପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିବେ |ବର୍ଷ କୁ ଦୁଇ ତିନି ଥର ଏହି ନିତୀ ଅନୁଷ୍ଠିତ ହୋଇଥାଏ |ରଥଯାତ୍ରା ପରେ ଶ୍ରୀପୟର ସୁରକ୍ଷା ପାଇଁ ଏହି ନିତୀ କରାଯାଇଥାଏ. | ନିତୀ ସମାପନ ହେବା ପରେ ମହାପ୍ରଭୁ ଙ୍କ ମହାସ୍ନାନ ହୋଇଥାଏ| ପରେ ପରେ ଆଳତୀ, ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡସିଂହାର ବେଶ. ବଡ଼ସିଂହାର ଭୋଗ, ହୋଇ ରାତ୍ର ପହୁଡ଼ କରାଯିବ |.
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ