ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା - ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ମେଟ୍ରୋ ବାବଦରେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା। ମୋହନ ସରକାର ତର୍ଜମା କରି ଲୋକାଭିମୁଖୀ ବ୍ୟବସ୍ଥା କରୁଛନ୍ତି। ଆନ୍ତଃମନ୍ତ୍ର
ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା - ନଗର ଉନ୍ନୟନ ମନ୍ତ୍ରୀ


ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ମେଟ୍ରୋ ବାବଦରେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା। ମୋହନ ସରକାର ତର୍ଜମା କରି ଲୋକାଭିମୁଖୀ ବ୍ୟବସ୍ଥା କରୁଛନ୍ତି। ଆନ୍ତଃମନ୍ତ୍ରିସ୍ତରୀୟ କମିଟି ହୋଇଛି।ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଦାୟିତ୍ୱ ଦେଇଛନ୍ତି। ବିଭିନ୍ନ ରାଜ୍ୟ ଗସ୍ତ କରି କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। ବର୍ତମାନ ଓ ଭବିଷ୍ୟତ ପାଇଁ ମେଟ୍ରୋର ଆବଶ୍ୟକତା ଅଛି। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ବଢିଛି। ଏହାର ସମାଧାନ ପାଇଁ ନିଷ୍ପତି ହୋଇଛି। କଳ୍ପନା ପାଖରୁ ନନ୍ଦନକାନନକୁ ଯାଇଥିବା ରାସ୍ତାକୁ ପ୍ରଥମେ ଓଭର ବ୍ରିଜ ନିର୍ମାଣ ହେବ। ବୃହତ ଭୁବନେଶ୍ୱର ପାଇଁ ଏହି ଯୋଜନା ହୋଇଛି। ଏହା ପରେ ମେଟ୍ରୋ ନିଷ୍ପତି ହେବ। ତର ତର ହେଲେ ହେବ ନାହିଁ। ଏହା ଦୀର୍ଘ ସ୍ଥାୟୀ। ସେଥିପାଇଁ ପୁରା ଟିମ୍ ଲାଗିଛି। ଲୋକଙ୍କ ଉପଯୋଗୀ ହେବ ସେ ନିଷ୍ପତି କମିଟି ନେବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande