ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୫୨ ହଜାର ପରିବାର ପାଖରେ ପହଂଚିପାରିନି ନଳଯୋଗେ ଜଳ
ଭୁବନେଶ୍ୱର, 27 ଜୁଲାଇ (ହି.ସ.) - ଟ୍ୟାପ ୱାଟର କନେକ୍ସନରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୩୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୨୮ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ୮୮ ଲକ୍ଷ ୬୭ ହଜାର ଗ୍ରାମାଞ୍ଚଳ ପରିବାର ମଧ୍ୟରୁ ବର୍ତ୍ତମାନ ସୁଦ
ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ     ୫୨ ହଜାର ପରିବାର ପାଖରେ ପହଂଚିପାରିନି ନଳଯୋଗେ ଜଳ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)

- ଟ୍ୟାପ ୱାଟର

କନେକ୍ସନରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୩୪ ଟି ରାଜ୍ୟ ଓ କେନ୍ଦ୍ର

ଶାସିତ ଅଞ୍ଚଳ ମଧ୍ୟରେ ୨୮ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ୮୮ ଲକ୍ଷ ୬୭ ହଜାର ଗ୍ରାମାଞ୍ଚଳ

ପରିବାର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୫୨ ହଜାର ପରିବାର ପାଖରେ ପହଁଚି ପାରିନି ଟ୍ୟାପ

ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ।

ତଥ୍ୟ ଅନୁଯାୟୀ ୨୦୧୯-୨୦ ରେ

୪ ଲକ୍ଷ ୩୭ ହଜାର ଘରକୁ ଟ୍ୟାପ ୱାଟର କନକେସନ ହୋଇଥିବା ବେଳେ ୨୦୨୦-୨୧ ରେ ୧୫ ଲକ୍ଷ ୪୭ ହଜାର, ୨୦୨୧-୨୨ ରେ ୧୭

ଲକ୍ଷ ୪୭ ହଜାର,୨୦୨୨-୨୩ ରେ ୧୨ ଲକ୍ଷ ୨୨ ହଜାର, ୨୦୨୩-୨୪ରେ ୧୨ ଲକ୍ଷ ୬ ହଜାର, ୨୦୨୪-୨୫ ରେ ଲକ୍ଷ ୨୫ ହଜାର, ୨୦୨୫-୨୬ ରେ ବର୍ତ୍ତମାନ ସୁଦ୍ଧା ୧୯ ହଜାର ଗ୍ରାମାଞ୍ଚଳର ପରିବାର କୁ

ଟ୍ୟାପ ୱାଟର ସଂଯୋଗ ହୋଇଛି । ଲୋକସଭାରୁ ଓଡ଼ିଶାକୁ ନେଇ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ । ପ୍ରତି

ଘରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାର ୨୦୧୯ ରୁ ଆରମ୍ଭ

କରିଛନ୍ତି ହର ଘର ଜଳ ଯୋଜନା । ହର ଘର ଜଲ ଯୋଜନାରେ ଗୁଜରାଟ, ହରିଆଣା, ଗୋଆ ଭଳି ୧୧ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି ଶତ

ପ୍ରତିଶତ ଲକ୍ଷ୍ୟ ହାସଲ । ତେବେ ଓଡ଼ିଶା ଏହି ତାଲିକାରେ ୨୮ ନମ୍ବରରେ ଥିବା ବେଳେ ଏହା ତଳକୁ

ରହିଛନ୍ତି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande