ତିହିଡ଼ି ଗୋପବନ୍ଧୁ ସେବକ ସେନା ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା
ଭଦ୍ରକ, ୨୯ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବକ ସେନା ପକ୍ଷରୁ ଧାମନଗର ବ୍ଲକ ହାସନାବାଦ ପଂଚାୟତ ଅଧୀନ ଅସ୍ତକ ଗ୍ରାମର ବନ୍ୟା ଘେରରେ ଶତାଧିକ ବିପନ୍ନ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଗୋପବନ୍ଧୁ ସେବକ ସେନାର ସଭାପତି ରାଜୀବ କୁମାର ନାୟକ,
BANYA BIPARNNA NKUA SAHAYATA


ଭଦ୍ରକ, ୨୯ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବକ ସେନା ପକ୍ଷରୁ ଧାମନଗର ବ୍ଲକ ହାସନାବାଦ ପଂଚାୟତ ଅଧୀନ ଅସ୍ତକ ଗ୍ରାମର ବନ୍ୟା ଘେରରେ ଶତାଧିକ ବିପନ୍ନ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଗୋପବନ୍ଧୁ ସେବକ ସେନାର ସଭାପତି ରାଜୀବ କୁମାର ନାୟକ, ଅଭିରାମ ଦାସ, ଅଶୋକ ନାୟକ, ବୀରେନ ସେନାପତି, ମଧୁସୂଦନ ପାଢ଼ୀ, ଦୀପକ ନାୟକ, ଧନେଶ୍ୱର ପଣ୍ଡା, ଅଶୋକ କୁମାର ଜେନା, ସେକ ଲିଆକତ, ବାବୁରାମ ଗାରିଡ଼ି, ତ୍ରିଲୋଚନ ସାହୁ, ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ବିପନ୍ନ ମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ଏହି ସମୟରେ ନବଜୀବନ ଫାଉଣ୍ଡେସନର କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande