ବିଧାୟକଙ୍କ ଚାପ ପାଇଁ ଥାନାରେ ଅଭିଯୋଗକୁ ଅଣଦେଖା, ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଅଭିଯୋଗ ଜଣାଇଲେ ମହିଳା ; କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଚେତାବନୀ
ବାରିପଦା, ୨୯ ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ସନାତନ ବିଜୁଳିଙ୍କ ଚାପରେ ବୈଶିଙ୍ଗା ଥାନାରେ ଅଧିକାରୀ ବାରିଣୀ ଦାସ ଅଭିଯୋଗକୁ ଅଣଦେଖା କରୁଛନ୍ତି ବୋଲି ମହିଳା ଜଣକ ଜିଲ୍ଲାପାଳ ଓ ଏସପିଙ୍କୁ ବାରିପଦାରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୫ ଦ
Complain against Baishinga OIC


Complain against Baishinga OIC -


ବାରିପଦା, ୨୯ ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ସନାତନ ବିଜୁଳିଙ୍କ ଚାପରେ ବୈଶିଙ୍ଗା ଥାନାରେ ଅଧିକାରୀ ବାରିଣୀ ଦାସ ଅଭିଯୋଗକୁ ଅଣଦେଖା କରୁଛନ୍ତି ବୋଲି ମହିଳା ଜଣକ ଜିଲ୍ଲାପାଳ ଓ ଏସପିଙ୍କୁ ବାରିପଦାରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଆତ୍ମାହୁତି ଦେବାର ଚେତାବନୀ ଦେଇଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଗ୍ରାମର ଅନୁସୂୟା ଜେନା। ଗତ ୧୨-୪-୨୦୨୫ ତାରିଖରେ ଏକ ଘରୋଇ କଳହକୁ ନେଇ କବିତା ବିଜୁଳିଙ୍କ ବର୍ତ୍ତମାନ ସ୍ୱାମୀ ତାଙ୍କୁ ମାଡ ମାରିଥିଲେ। ଏହା ସହିତ ତାଙ୍କ ଝିଅକୁ ଅସଦାଚରଣ କରିବା ନେଇ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା ରୁଜୁ କରିଥିଲେ ସୁଦ୍ଧା ବିଧାୟକ ସନାତନ ବିଜୁଳିଙ୍କ ଚାପରେ ଅନ୍ୟ ଏକ ପ୍ରତି ଅଭିଯୋଗ ମୂଳେ ତାଙ୍କୁ ଥାନାଧିକାରୀ ବାରିଣୀ ଦାସ ଗିରଫ କରି ଜେଲ ପଠାଇଥିଲେ। ସେ ଜାମିନରେ ଆସିବା ପରେ ଗତ ୬/୬/୨୫ରେ ଅନ୍ୟ ଏକ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ କେସର ବିଚାର ନ କରିବାରୁ ବାଧ୍ୟ ହୋଇ ଗତ ୫/୭/୨୫ରେ ଏସପିଙ୍କୁ ଜଣାଇଥିଲେ। ପୁଣି ୧୧/୭/୨୫ରେ ବୈଶିଙ୍ଗା ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଥିଲେ। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ କି ଦୋଷୀକୁ ଦଣ୍ଡ ମିଳିଲା ନାହିଁ। ଏଣୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ସରକାର ମହିଳାଙ୍କ ପ୍ରତି ଯଥେଷ୍ଟ ଯତ୍ନବାନ ଅଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହିପରି ଅନ୍ୟାୟକୁ ସେ ନିନ୍ଦା କରିଛନ୍ତି। ବିଧାୟକଙ୍କ କଥାରେ ପୋଲିସ ବିଭାଗ କାର୍ଯ୍ୟ କରୁଥିବା ବେଳେ ଦୋଷୀଙ୍କୁ ଦଣ୍ଡ ମିଳୁନି ବୋଲି ଅଭିଯୋଗ କରିଛନ୍ତି। ତେଣୁକରି ୧୫ ଦିନ ମଧ୍ୟରେ ନ୍ୟାୟ ନମିଳିଲେ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଧାୟକ ସନାତନ ବିଜୁଳି ଦାୟୀ ରହିବେ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande