ଡିଏମ୍ଏଫ୍ ଟ୍ରଷ୍ଟ ବୋର୍ଡ ପୁନର୍ଗଠନ ପାଇଁ ତାଲିକା ପ୍ରସ୍ତୁତ
କେନ୍ଦୁଝର, ୨୯ ଜୁଲାଇ (ହି.ସ.)- କେନ୍ଦୁଝର ଜିଲା ଖଣିଜ ପାଣ୍ଠି (ଡିଏଫ୍) ଟ୍ରଷ୍ଟ ବୋର୍ଡ ପୁନର୍ଗଠନ ପାଇଁ ମେମ୍ବର ତାଲିକା ପ୍ରସ୍ତୁତ ହୋଇଛି। ତାଲିକା ପତ୍ର କେନ୍ଦୁଝର ଜିଲାପାଳ ତଥା ଡିଏଫ୍ ଅଧ୍ଯକ୍ଷଙ୍କ ଦସ୍ତଖତ ସମ୍ବଳିତ ଚିଠିରେ ରାଜ୍ୟ ପ୍ଲାନିଂ ଆଣ୍ଡ କନ୍‌ଭରଜେନ୍ସ ବିଭାଗକୁ ପଠାଯାଇଛି। ଚିଠିରେ ଦର
ଡିଏମ୍ଏଫ୍ ଟ୍ରଷ୍ଟ ବୋର୍ଡ ପୁନର୍ଗଠନ ପାଇଁ ତାଲିକା ପ୍ରସ୍ତୁତ


କେନ୍ଦୁଝର, ୨୯ ଜୁଲାଇ (ହି.ସ.)-

କେନ୍ଦୁଝର ଜିଲା ଖଣିଜ ପାଣ୍ଠି (ଡିଏଫ୍) ଟ୍ରଷ୍ଟ ବୋର୍ଡ ପୁନର୍ଗଠନ ପାଇଁ ମେମ୍ବର ତାଲିକା ପ୍ରସ୍ତୁତ ହୋଇଛି। ତାଲିକା ପତ୍ର କେନ୍ଦୁଝର ଜିଲାପାଳ ତଥା ଡିଏଫ୍ ଅଧ୍ଯକ୍ଷଙ୍କ ଦସ୍ତଖତ ସମ୍ବଳିତ ଚିଠିରେ ରାଜ୍ୟ ପ୍ଲାନିଂ ଆଣ୍ଡ କନ୍‌ଭରଜେନ୍ସ ବିଭାଗକୁ ପଠାଯାଇଛି। ଚିଠିରେ ଦର୍ଶାଯାଇଛି, ଓଡିଏଫ୍ (ଆମେଣ୍ଡମେଣ୍ଟ) ରୁଲ୍ସ ୧୦୧୪୦ ରୁଲ୍ ୪(୧)(ଆଇ) ଅନୁସାରେ ଡିଏସ୍ଏଫ୍ ଟ୍ରଷ୍ଟ ବୋର୍ଡ ପୁନର୍ଗଠନ ପାଇଁ ମେମ୍ବର ତାଲିକା ପ୍ରସ୍ତୁତ ହୋଇଛି। ତାଲିକାରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଅଖୁଳ ଚନ୍ଦ୍ର ନାଏକ, ରାଜ୍ୟ ସଭା ସଦସ୍ୟ - ସୁଜିତ କୁମାରଙ୍କ ନାମ ନୂଆକରି ସ୍ଥାନ ପାଇଛି। ଏମ୍‌ପି ଅନନ୍ତ ନାୟକ, ବିଧାୟକ ତଥା ମୁଖ୍ୟମନ୍ତ୍ରୀ ମେ ଫକୀର ମୋହନ ନାଏକ, ଅଭିମନ୍ୟୁ ସନାତନ ମହାକୁଡ଼ କୁଡ଼ ପ୍ରମୁଖଙ୍କ ବିଭିନ୍ନ ବିଭାଗର ମୋହନ ଚରଣ ମାଝୀ, ନାମ ତାଲିକାରେ ରହିଛି। ବିଭି ଅଧିକାରୀ, ଯୋଡ଼ା ବ୍ଲକ୍ ୨୮ନଂ. ଜୋନ୍‌ର ଜିଲା ପରିଷଦ ମେମ୍ବର ଡମ୍ବରୁଧର କୁଦାଦା, କେନ୍ଦୁଝରଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷ ନିକୁ ସାହୁ, ଖୁମୁରା ବ୍ଳକ୍‌ ବାଲିବନ୍ଧ ପଞ୍ଚାୟତ ସମିତି ମେମ୍ବର ମହେନ୍ଦ୍ର ପଟ୍ଟନାୟକ, ସଦର ବ୍ଲକ୍ ମହାଦେଇଯୋଡ଼ା ସରପଞ୍ଚ ରମେଶ ମୁଣ୍ଡାଙ୍କ ନାମ ରହିଛି। ସୂଚନାଯୋଗ୍ୟ, ଆମେଣ୍ଟମେଣ୍ଟରେ ରୁଲ୍ ୪(୧)(ଆଇ) ବୋଲି କିଛି ଉଲ୍ଲେଖ ନଥିବା ୬ ମେ ୨୦୨୫ରେ ପ୍ରକାଶ ପାଇଥିବା ଓଡ଼ିଶା ଗେଜେଟ୍ ନୋଟିଫିକେଶନରୁ ଜଣାପଡ଼ିଛି। ଓଡିଏଏଫ୍ ରୁଲ୍ସ ୨୦୧୫ର ରୁଲ୍ ୪(୪) ଅନୁସାରେ ଗୋଟିଏ ଆର୍ଥକ ବର୍ଷରେ ୨ଥର ଟ୍ରଷ୍ଟ ବୋର୍ଡ ବୈଠକ ହେବା ନେଇ ଉଲ୍ଲେଖ ରହିଛି। କିନ୍ତୁ, ୧୯ ନଭେମ୍ବର ୨୦୨୨ରେ ଶେଷ ଅର୍ଥାତ୍ ୧୧ତମ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧ ଟ୍ରଷ୍ଟ ବୋର୍ଡ ବୈଠକ ହୋଇନାହିଁ। ଏହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ମାମଲା ମଧ୍ୟ ଦାୟର ହୋଇଛି। ପରେ ରାଜ୍ୟ ପ୍ଲାନିଂ ଆଣ୍ଡ କନ୍‌ଭରଜେନ୍ସ ବିଭାଗ ଚିଠି କରି ଟ୍ରଷ୍ଟ ବୋର୍ଡ ପୁନର୍ଗଠନ ପାଇଁ ଜିଲାପାଳଙ୍କୁ ଚିଠି ଜାରି କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande