ବାରିପଦା, ୨୯ ଜୁଲାଇ (ହି.ସ.)- ସ୍ତ୍ରୀ, ଶାଶୁଙ୍କୁ ପଥରରେ ଛେଚିଲେ ସ୍ୱାମୀ | ଏହା ସହ ଶବକୁ ପୋତିଲେ ଏବଂ ତା' ଉପରେ ଲଗେଇଲେ କଦଳୀ ଗଛ | ଏଭଳି ଏକ ଲୋମହର୍ଷଣକାରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁ ଗ୍ରାମରେ। ସେହି ଗ୍ରାମର ଦେବାଶିଷ ପାତ୍ର କୌଣସି କାରଣ ପାଇଁ ନିଜ ସ୍ତ୍ରୀ ସୋନାଲି ଦଳେଇ ଓ ଶାଶୂ ସୁମନା ଦଳେଇ ଦୁଇ ଜଣଙ୍କୁ ଗତ ୧୯ ତାରିଖ ଦିନ ପଥରରେ ଛେଚି ହତ୍ୟା କରିଥିଲେ । ପରେ ନିଜ ଲେମ୍ବୁ ବାଡ଼ିରେ ଗାତ ଖୋଳି ପୋତି ଦେଇଥିଲେ ଦୁଇ ମୃତଦେହକୁ। ତେବେ କିଛି ଦିନ ଧରି ହତ୍ୟାକାରୀଙ୍କ ସ୍ତ୍ରୀ ନିଖୋଜ ଥିବାରୁ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ବାଡ଼ିରେ ଗାତ ଖୋଳା ଯାଇଥିବାର ଦେଖି ସନ୍ଦେହ କରିଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ସହାୟତାରେ ଯାଞ୍ଚ କରିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ