କେନ୍ଦୁଝର, ୨୯ ଜୁଲାଇ (ହି.ସ.) - କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଉଦଘାଟନ ଅବସରରେ ପରିଚାଳନା ସମିତିର ସଭାପତି ଦଶରଥ ଗିରି ଜ୍ଞାନ ବିଜ୍ଞାନ ମେଳାର ମହତ୍ୱ ଓ ଉଦ୍ଦେଶ୍ୟ ବିଷୟରେ ଶିଶୁମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଶାରଦା ଶିଶୁ ଅଲେଖାପଡାର ପ୍ରଧାନ ଆଚାର୍ଯ୍ୟ କ୍ଷୀରୋଦ ଚନ୍ଦ୍ର ମହାନ୍ତ ବିଜ୍ଞାନ ମେଳାର ଉପାଦେୟତା ସମ୍ପର୍କରେ ଶିଶୁମାନଙ୍କୁ ଅବଗତ କରାଇଥିଲେ। ପରିଚାଳନା ସମିତିର ସଂପାଦକ ଇନ୍ଦ୍ରମଣି ମହାନ୍ତ ଉପସ୍ଥିତ ରହି ପ୍ରକଳ୍ପ ଗୁଡ଼ିକ ନିରୀକ୍ଷଣ କରିଥିଲେ। ପ୍ରାକ୍ ଶିଶୁ ବର୍ଗଠାରୁ କିଶୋର ବର୍ଗ ପର୍ଯ୍ୟନ୍ତ ମୋଟ ୧୭୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ପ୍ରକଳ୍ପ ସହି ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପତ୍ର ବାଚନ, ଗଣି ପ୍ରୟୋଗ, ଗଣିତ ପତ୍ର ବାଚନର ପ୍ରତିଯୋଗିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA