ବାରିପଦା, ୨୯ ଜୁଲାଇ (ହି.ସ.) - ବାରିପଦା ସହରର ମହାରାଜାପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉନଟେନ୍ସି ଆଣ୍ଡ ମ୍ୟାନେଜମେଂଟର ଜାତୀୟ ସେବା ଯୋଜନା ଏବଂ ରେଡ଼କ୍ରସ ଶାଖା ମିଳିତ ଆନୁକୂଲ୍ୟରେ ଆଜିଠାରୁ ଚାରା ବଂଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ, ମହାରାଜା ଶ୍ରୀରାମ ଚଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ପ୍ରଫେସର ଡ଼. ବିଧୁଭୂଷଣ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଏହି ଅବସରେ ମୟୁରଭଞ୍ଜ କଲେଜ ଅଫ ଆକାଉନଟେନସି ଆଣ୍ଡ ମ୍ୟାନେଜମେଂଟର ଅଧକ୍ଷ ପ୍ରଦୀପ କୁମାର ନାୟକ କୁଳପତି ପ୍ରଫେସର ମିଶ୍ରଙ୍କୁ ଏକ ରୁଦ୍ରାକ୍ଷ ଚାରା ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳସଚିବ ସୁମିତା ସିଂହ, ପରୀକ୍ଷା ନିୟନ୍ତ୍ରକ ଡ଼ ସୁବ୍ରତ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟ ଏକ ସପ୍ତାହ ଧରି ଚାଲୁ ରହିବ ବୋଲି ଜାତୀୟ ସେବା ଯୋଜନା ଅଧିକାରିଣୀ ଶୁଶ୍ରୀ ନାୟକ ଓ ରେଡ଼କ୍ରସ ଅଧିକାରିଣୀ ପୂଜା ଶତପଥି ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ