ଟାଟା ଷ୍ଟିଲ୍ ପକ୍ଷରୁ ଭାରତରତ୍ନ ଜେଆର୍‌ଡି ଟାଟାଙ୍କ ୧୨୧ତମ ଜୟନ୍ତୀ ପାଳିତ
କେନ୍ଦୁଝର, ୨୯ ଜୁଲାଇ (ହି.ସ.) ଟାଟା ଷ୍ଟିଲ୍ ପକ୍ଷରୁ, ଭାରତ ରତ୍ନ ଜେହାଙ୍ଗୀର ରତନଜୀ ଦାଦାଭୋୟ (ଜେ ଆର ଡି) ଟାଟାଙ୍କ ୧୨୧ତମ ଜୟନ୍ତୀ ମଙ୍ଗଳବାର ଯୋଡା ଠାରେ ପାଳନ କରାଯାଇଛି । ଯୋଡା ସେଣ୍ଟ୍ରାଲ ଅଫିସ ଠାରେ ଆୟୋଜିତ ଏହି ଉତ୍ସବରେ କମ୍ପାନୀ ର ବରିଷ୍ଠ ଅଧୂକାରୀ, କର୍ମଚାରୀ ଏବଂ ୟୁନିୟନ୍ ପ୍ରତିନିଧ
ଟାଟା ଷ୍ଟିଲ୍ ପକ୍ଷରୁ ଭାରତରତ୍ନ ଜେଆର୍‌ଡି ଟାଟାଙ୍କ ୧୨୧ତମ ଜୟନ୍ତୀ ପାଳିତ


କେନ୍ଦୁଝର, ୨୯ ଜୁଲାଇ (ହି.ସ.)

ଟାଟା ଷ୍ଟିଲ୍ ପକ୍ଷରୁ, ଭାରତ ରତ୍ନ ଜେହାଙ୍ଗୀର ରତନଜୀ ଦାଦାଭୋୟ (ଜେ ଆର ଡି) ଟାଟାଙ୍କ ୧୨୧ତମ ଜୟନ୍ତୀ ମଙ୍ଗଳବାର ଯୋଡା ଠାରେ ପାଳନ କରାଯାଇଛି ।

ଯୋଡା ସେଣ୍ଟ୍ରାଲ ଅଫିସ ଠାରେ ଆୟୋଜିତ ଏହି ଉତ୍ସବରେ କମ୍ପାନୀ ର ବରିଷ୍ଠ ଅଧୂକାରୀ, କର୍ମଚାରୀ ଏବଂ ୟୁନିୟନ୍ ପ୍ରତିନିଧୂଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍ ଯୋଡ଼ାର ମୁଖ୍ୟ ରାଜେଶ କୁମାର ଏହି କିଦମ୍ବନ୍ତୀ ବ୍ୟକ୍ତିତ୍ବ ତଥା ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ଜନକଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଜୟନ୍ତୀ ପାଳନର ଶୁଭାରମ୍ଭକରିଥିଲେ । ଏହାପରେ ସମସ୍ତେ ସେହି ପ୍ରବାଦ ପୁରୁଷଙ୍କୁ ସ୍ମରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ସେହିପରି, ଯୋଡ଼ା ଇଷ୍ଟ୍ ଲୌହ ଖଣି, ଖଣ୍ଡବନ୍ଧ ଖଣି, ମାଙ୍ଗାନିଜ୍ ଗ୍ରୁପ୍ ଅଫ୍ ମାଇନ୍ସ, କଳମଙ୍ଗ ଏବଂ ଗନ୍ଧଲପଦା ପ୍ରୋଜେକ୍ଟ ଅଫିସ, ବିଛାକୁଣ୍ଡି, ନୀଳାଚଳ ଅଫିସ ଓ ଯୋଡ଼ା ଫେରୋ ଆଲଏଜ୍ କାରଖାନାରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ବିଲେଇପଦା ଠାର ଅବସ୍ଥିତ ସୃଞ୍ଜ କାରଖାନାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଦିବସକୁ ସ୍ମରଣୀୟ କରିବା ଲାଗି କମ୍ପାନିର ଅନ୍ୟ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ୱାକ।ଥନ, ଚାରା ରୋପଣ, କୁଇଜ୍ ପ୍ରତିଯୋଗିତା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande