ଡ଼. କୃଷ୍ଣଚରଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୯ ଜୁଲାଇ (ହି.ସ.) - ଜଣେ ସୁଖ୍ୟାତ ଲେଖକ ଭାବରେ କେବଳ ନୁହେଁ, ଜଣେ ଗବେଷକ, ସମ୍ପାଦକ ଓ ଶିକ୍ଷାବିତ ଭାବରେ ଡ. କୃଷ୍ଣଚରଣ ବେହେରାଙ୍କ ସ୍ମୃତି ଆଗାମୀ ପିଢୀ ପାଇଁ ପ୍ରେରଣାର୍ ଉତ୍ସ ବୋଲି ତାଙ୍କ ସ୍ମୃତି ସଭାରେ ମତ ପ୍ରକାଶ ପାଇଛି । ସ୍ମୃତି ସଂସଦର ସଭାପତି ଭାବେ ଡ. ବାସୁଦେବ ବାରିକଙ୍କ ପୌରହି
KRUSHNA CHANDRA BEHERA SRADHANJALI


ଭଦ୍ରକ, ୨୯ ଜୁଲାଇ (ହି.ସ.) - ଜଣେ ସୁଖ୍ୟାତ ଲେଖକ ଭାବରେ କେବଳ ନୁହେଁ, ଜଣେ ଗବେଷକ, ସମ୍ପାଦକ ଓ ଶିକ୍ଷାବିତ ଭାବରେ ଡ. କୃଷ୍ଣଚରଣ ବେହେରାଙ୍କ ସ୍ମୃତି ଆଗାମୀ ପିଢୀ ପାଇଁ ପ୍ରେରଣାର୍ ଉତ୍ସ ବୋଲି ତାଙ୍କ ସ୍ମୃତି ସଭାରେ ମତ ପ୍ରକାଶ ପାଇଛି । ସ୍ମୃତି ସଂସଦର ସଭାପତି ଭାବେ ଡ. ବାସୁଦେବ ବାରିକଙ୍କ ପୌରହିତ୍ୟରେ ଭାଗବତ ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଓ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପ୍ରେମ ପୃଥିବୀର ସମ୍ପାଦକ କୈଳାସ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଡକ୍ତର ରାଧାରାଣୀ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନଙ୍କୁ ଡ଼ କୃଷ୍ଣ ଚରଣ ବେହେରା ସ୍ମୃତି ସମ୍ମାନ ଏବଂ ଗାଳ୍ପିକ ସୁରେଶ ଛୋଟରାୟଙ୍କୁ ଶୁଭକାନ୍ତ ବେହେରା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । କବୟିତ୍ରୀ ଚୈତାଳି ଖିଲାର ଓ ସଂଯୁକ୍ତା ବଳ ମାନପତ୍ର ପାଠ କରିଥିଲେ । ଭଦ୍ରକ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରେ ଚଳିତ ବର୍ଷ ଓଡ଼ିଆ ସ୍ନାତକରେ ସର୍ବୋଚ୍ଚ ନମ୍ବର ରଖିଥିବା ଶୁଭସ୍ମିତା ବାରିକ ଓ ଶୁଭଲଷ୍ମୀ ମଲ୍ଲିକଙ୍କୁ ଅର୍ଥ ରାଶି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ କବି କିଶୋର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande