କେନ୍ଦୁଝର, ୨୯ ଜୁଲାଇ (ହି.ସ.) - ବଡବିଲ ରେଞ୍ଜ ଅଧିନସ୍ଥ କାରାଖେଣ୍ଡରା ଗ୍ରାମର ନନ୍ଦୁ ମୁଣ୍ଡା ଗତରାତିରେ ହାତୀ ଘୋଉଡାଇବାକୁ ଯାଇଥିଲେ । ନିଜେ ହାତୀ ଘଉଡ଼ାଇବା ଯାଇ ଓଲଟା ହାତୀ ଆକ୍ରମଣର ଶିକାର ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୨ଟି ହାତୀ ତାଙ୍କୁ ଦଳି ଦେଇଥିଲା । ତାଙ୍କ ମୃତଦେହକୁ ଆଜି ଖଣ୍ଡ ଖଣ୍ଡ ଅବସ୍ଥାରେ ସ୍ଥାନୀୟ ଲୋକେ ଗୋଟାଇ ବଡବିଲ ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ଯଥାଶୀଘ୍ର ହାତୀକୁ ଘୋଉଡାଇବା ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA