ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ଆସନ୍ତା ଅଗଷ୍ଟ ୭ ତାରିଖ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସମଗ୍ର ଦେଶରୁ ୨୪ ଜଣ ବୁଣାକାର ପୁରସ୍କାର ପାଇବେ। ଓଡ଼ିଶାରୁ ୪ ଜଣ ବୁଣାକାରଙ୍କୁ ମଧ୍ୟ ପୁରସ୍କାର ମିଳିବ। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ଯାହା ଗର୍ବର ବିଷୟ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ସହ କେନ୍ଦ୍ର ବୟନ ମନ୍ତ୍ରାଳୟ ଅନ୍ତର୍ଗତ ବୁଣାକାର ସେବା ସଂଘ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି। ବୁଣାକାର ମାନଙ୍କୁ ସ୍କିଲ୍ ଓ ତାଲିମ ପ୍ରଦାନ କରିବା ସହ ତୃଣମୂଳ ସ୍ତରରେ କାମ କରୁଥିବା ମହିଳା ବା ବୁଣାକାର ପାଇଁ ଏହି ଚୁକ୍ତି ବହୁତ୍ ସହାୟକ ହେବ।ଅନେକ ସମୟରେ ଡିଜାଇନ୍ ଚେଞ୍ଜ କରିବାର ଆବଶ୍ୟକତା ଥାଏ କେନ୍ଦ୍ରୀୟ ଅନୁଷ୍ଠାନ ରହିଲେ ଭରସା ବଢିବ । ମହିଳା ମାନେ ଏହାକୁ ବ୍ୟବସାୟ ରୂପେ ଗ୍ରହଣ କରିବେ ।ଏହା ଦ୍ୱାରା ଲକ୍ଷପତି ଦିଦି ଅଧିକ ସୃଷ୍ଟି ହୋଇପାରିବେ । ବର୍ତମାନ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବା ବେଳେ ୨୦୨୬ ସୁଦ୍ଧା ତାହା ୨୫ ଲକ୍ଷର ଟାର୍ଗେଟ ପୁରଣ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା