ନୂତନ ସଫ୍ଟୱେୟାର୍ (I.T. ୨.0) ପ୍ରଚାଳନ ନିମନ୍ତେ ୨ ଅଗଷ୍ଟ ରେ ଡାକ ସେବା ବନ୍ଦ ରହିବ
ବଲାଙ୍ଗିର, ୨୯ ଜୁଲାଇ (ହି.ସ.)- ଡାକ ବିଭାଗରେ ବୈଷୟିକ ପ୍ରଗତି କ୍ଷେତ୍ରରେ ଏକ ନୂତନ ସଂସ୍କରଣ ପୂର୍ବକ I.T. ୨.0 ସଫ୍ଟୱେୟାର୍ ର ପ୍ରଚଳନ ନିମନ୍ତେ ଅଗଷ୍ଟ ୨ ରେ ଡାକ ଘରର ସମସ୍ତ କାରବାର ସ୍ଥଗିତ ରହିବ । ଡାକ ବିଭାଗ ତରଫରୁ ଗ୍ରାହକ ମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ନିମନ୍ତେ I.T. ୨.0 ନାମ
ନୂତନ ସଫ୍ଟୱେୟାର୍ (I.T. ୨.0) ପ୍ରଚାଳନ ନିମନ୍ତେ ୨ ଅଗଷ୍ଟ ରେ ଡାକ ସେବା ବନ୍ଦ ରହିବ


ବଲାଙ୍ଗିର, ୨୯ ଜୁଲାଇ (ହି.ସ.)-

ଡାକ ବିଭାଗରେ ବୈଷୟିକ ପ୍ରଗତି କ୍ଷେତ୍ରରେ ଏକ ନୂତନ ସଂସ୍କରଣ ପୂର୍ବକ I.T. ୨.0 ସଫ୍ଟୱେୟାର୍ ର ପ୍ରଚଳନ ନିମନ୍ତେ ଅଗଷ୍ଟ ୨ ରେ ଡାକ ଘରର ସମସ୍ତ କାରବାର ସ୍ଥଗିତ ରହିବ । ଡାକ ବିଭାଗ ତରଫରୁ ଗ୍ରାହକ ମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ନିମନ୍ତେ I.T. ୨.0 ନାମକ ଏହି ନୂତନ ସଫ୍ଟୱେୟାର୍ ପ୍ରଚଳିତ ହେବାକୁ ଯାଉଅଛି । ଏହାର ଶୁଭାରମ୍ଭ ପାଇଁ ବଲାଙ୍ଗୀର ଡାକ ମଣ୍ଡଳ ଅଧିନସ୍ଥ ବଲାଙ୍ଗୀର ପ୍ରଧାନ ଡାକ ଘର ସମେତ, ପାଟଣା ଗଡ, ଟିଟିଲାଗଡ,ସୋନପୁର ର ମୁଖ୍ୟ ଡାକ ଘର ଏବଂ ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ମାନଙ୍କରେ ଆସନ୍ତା ଅଗଷ୍ଟ ୪ ତାରିଖ ଦିନକୁ ଭାରତୀୟ ଡାକ ବିଭାଗ ଦ୍ଵାରା ସ୍ଥିରୀକୃତ କରାଯାଇଅଛି । ବଲାଙ୍ଗୀର ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ ବିଶ୍ଵାଳ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଏହି ସଫ୍ଟୱେୟାର୍ ପ୍ରଚଳନ ଦ୍ଵାରା ଡାକ ସେବା ଅଧିକ ତ୍ୱରାନ୍ୱିତ ହେବା ସଙ୍ଗେ ସଙ୍ଗେ ନେଟୱାର୍କ୍ ଜନିତ ସମସ୍ୟାକୁ ଅପେକ୍ଷାକୃତ ସହଜ ଓ ସରଳ ଭାବରେ ସମାଧାନ କରାଯାଇପାରିବ । ସୂଚନାଯୋଗ୍ୟ ଯେ ଏହି ସଫ୍ଟୱେୟାର୍ ଡାକ ବିଭାଗର ନିଜସ୍ଵ ଜ୍ଞାନ କୌଶଳରେ ନିର୍ମିତ । ପ୍ରଯୁକ୍ତି ବିଦ୍ୟାର ଏହି ନୂତନ ଯୁଗ ସହ ତାଳ ଦେଇ ଗ୍ରାହକ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ନିମନ୍ତେ ଡାକ ବିଭାଗ ଦ୍ଵାରା ଏପରି ଏକ ଅଭିନବ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ବିଶ୍ଵାଳ ସୂଚନା ଦେଇଛନ୍ତି । ଏହି ଦିଗରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ, ଗ୍ରାହକ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ/ପ୍ରତିଷ୍ଠାନ ଗୁଡିକୁ ଏଥିରେ ସହଯୋଗ କରିବା ନିମନ୍ତେ ଡାକ ବିଭାଗ ତରଫରୁ ବଲାଙ୍ଗୀର ଡାକ ମଣ୍ଡଲର ଡାକ ଅଧିକ୍ଷକ ଶ୍ରୀ ବିଶ୍ୱାଳ ଅନୁରୋଧ କରିଛନ୍ତି । ଆହୁରି ମଧ୍ୟ ଏଥିପାଇଁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇଥିବା ଶ୍ରୀ ବିଶ୍ଵାଳ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande