କୋରେଇ, ୨୯ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର କ୍ôଷରୋ ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ଦାମୋଦର ପଣ୍ଡାଙ୍କର(୭୨) ହୃଦଘାତରେ ପରଲୋକ ଘଟିଛି । ପ୍ରକାଶଯେ ପାଣିକୋଇଲି ହାଇସ୍କୁଲର ପୁର୍ବତନ କର୍ମଚାରୀ ଦାମୋଦର ପଣ୍ଡା(୭୨)ଙ୍କର ଆଜି ହୃଦଘାତରେ ପରଲୋକ ଘଟିଛି। ସ୍ୱର୍ଗତ ପଣ୍ଡା ୧୯୭୨ ମସିହାରୁ ପାଣିକୋଇଲି ହାଇସ୍କୁଲରେ ପିଅନ ଭାବେ ଚାକିରୀ ଜୀବନ ଆରମ୍ଭ କରି ୨୦୧୨ ମସିହାରେ ଅବସର ଗ୍ରହଣ କରିଥିଲେ। ଜଣେ ମେଳାପୀ ଓ କର୍ତବ୍ୟନିଷ୍ଠ କର୍ମଚାରୀ ଭାବେ ତାଙ୍କର ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେ ପରିଚିତ ଥିଲେ। ତାଙ୍କର ଦୁଇ ଦିନ ଧରି କାଶ ହେଉଥିବାରୁ ଡ଼ାକ୍ତରଙ୍କୁ ଦେଖାଇବା ନିମନ୍ତେ ତାଙ୍କର ଏକମାତ୍ର ପୁତ୍ର ତାଙ୍କୁ ବୈତରଣୀ ରୋଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ତେବେ ଉକ୍ତ ଡ଼ାକ୍ତରଖାନା ନିକଟରେ କାରରେ ବସିଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ପରେ ଡ଼ାକ୍ତର ଆସି ତାଙ୍କୁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ନେଇଟିବା ଲାଗି ପରାମର୍ଶ ଦେଇଥିଲେ। ପରେ ତାଙ୍କର ପୁଅ ତାଙ୍କୁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପାଣିକୋଇଲି ଥାନାରେ ଏକ ଅପମୃତ୍ୟୁ ମାମଲା ୨୪/୨୫ଋଜୁ ହୋଇ ସ୍ୱର୍ଗତ ପଣ୍ଡାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ତାଙ୍କୁ ସ୍ୱର୍ଗରଥରେ ଜନ୍ମସ୍ଥାନ କ୍ଷୀରୋ ଗ୍ରାମକୁ ନିଆଯିବା ପରେ ବହୁ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ଏଥି ସହିତ ତାଙ୍କର କର୍ମସ୍ଥଳୀ ପାଣିକୋଇଲି ହାଇସ୍କୁଲରେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅବସରପ୍ରାପ୍ତ କର୍ମଚାରୀ ତାଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ। ପରେ ତାଙ୍କୁ ପୁରୀସ୍ଥିତ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏକ ମାତ୍ର ପୁତ୍ର ରାଜକିଶୋର ମୁଖାଗ୍ନୀ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ