ବାରିପଦା, ୨୯ ଜୁଲାଇ (ହି.ସ.)- ମୟୁରଭଞ୍ଜ ଜିଲ୍ଲା ଓଷ୍ଟା ସଂଘର ସଂପାଦକ ତଥା ସମନ୍ୱୟ ସମିତିର ଜିଲ୍ଲା ଆବାହକ କିଶୋର କୁମାର ଆଚାର୍ଯ୍ୟଙ୍କ ଆବାହକତ୍ବରେ ସମନ୍ୱୟ ସମିତିର ଜିଲ୍ଲା କନଭେନସନ ଓଷ୍ଟା ଜିଲ୍ଲା ସଂଘର ବୈଠକ ଗୃହରେ ଓଷ୍ଟା ର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଳତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସଂଘ ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାର ଦାବି ଗୁଡିକ ପ୍ରତି କର୍ଣ୍ଣପାତ କରୁନଥିବାରୁ ସମନ୍ୱୟ ସମିତି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜଣାପଡିଛି। ଦାବି ଗୁଡିକ ମଧ୍ୟରୁ ବହୁ ବର୍ଷ ଧରି ବିନା ଦରମାରେ ସ୍କୁଲ, କଲେଜରେ ଶିକ୍ଷାଦାନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ କଲେଜ ରେ କାର୍ଯ୍ୟ କରିଥିବା ଓ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ଚାକିରି କାଳ ୬୦ ରୁ ୬୨ କୁ ବୃଦ୍ଧି, ସମସ୍ତ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ କଲେଜ କୁ ସରକାରୀ କରଣ, ୨୦୦୪ ରୁ ୨୦୧୩ ମଧ୍ୟରେ ସରକାରୀ ବିଦ୍ୟାଳୟ ରେ ସରକାରୀ ବିଦ୍ୟାଳୟ ରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ୬ ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ବଦଳରେ ପୁରୁଣା ପେନସନ ପ୍ରଦାନ ଇତ୍ୟାଦି ଅନ୍ୟତମ। ଆଜିର ଏହି ବୈଠକରେ ଓଷ୍ଟାର ପୂର୍ବତନ ରାଜ୍ୟ ସଂପାଦକ ଭରତ ଚନ୍ଦ୍ର ବରାଳ, ପୂର୍ବତନ ଜିଲ୍ଲା ସଭାପତି ସନ୍ତୋଷ କୁମାର କାସ୍ତ, ଓଲଓଷ୍ଟା ର ଜିଲ୍ଲା ସଭାପତି ପ୍ରଦିପ ନାୟକ,ସଂପାଦକ ଅଞ୍ଜନ କୁମାର ଜେନା,୬୬୨କଲେଜ ସଂଘ ରୁ ଅମ୍ବିକା ଶଙ୍କର ମିଶ୍ର, ମାଡ୍ରାସା ର ସଭାପତି ସେକ ମହିରୁଦିନ , ଓଷ୍ଟାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୟାନିଧି ମହାନ୍ତ, ଓଷ୍ଟା ର ସମସ୍ତ ଉପ ସଭାପତି, ସମସ୍ତ ସହ ସଂପାଦକ, କାର୍ଯ୍ୟ କାରିଣୀ ସଭ୍ୟ, ବ୍ଲକ୍ ସଂପାଦକ, ବ୍ଲକ୍ ର ସମସ୍ତ କର୍ମକର୍ତ୍ତା, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ସମସ୍ତ ସାମିଲ ସଂଗଠନ ର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଯୋଗଦାନ କରି ଥିଲେ।
ଆସନ୍ତା ଅଗଷ୍ଟ ୨ ତାରିଖ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା, ଅଗଷ୍ଟ ୮ ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଓ ଅଗଷ୍ଟ ୧୬ ତାରିଖ ଭୁବନେଶ୍ୱର ଠାରେ ହେବାକୁଥିବା ଆନ୍ଦୋଳନ କୁ ସଫଳ କରିବା ପାଇଁ ମତପ୍ରକାଶ ପାଇଥିଲା। ସର୍ବଶେଷରେ ଶିକ୍ଷକ ଦେବରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ