କୋରେଇ, ୨୯ ଜୁଲାଇ (ହି.ସ.) - ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପାଣିକୋଇଲି ଅଂଚଳର ଯୁବ ନେତା ତଥା ଗୋଳେଇପୁର ପଂଚାୟତର ସୋତି ଗ୍ରାମର ପ୍ରାଧ୍ୟାପକ ଉମାକାନ୍ତ ଖଣ୍ଡାଇଙ୍କ ପୁଅ ଆଇନଜିବୀ ଚନ୍ଦ୍ରକାନ୍ତ ଖଣ୍ଡାଇଙ୍କୁ ଆୟୁଏନଟିୟୁସିା ରାଜ୍ୟ ଯୁବ ଉପନସଭାପତି ଭାବେ ଅନୁମୋଦନ କରାଯାଇଛି । ଶ୍ରୀ ଖଣ୍ଡାଇ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପଟଶିଷ୍ୟ ଭାବେ ବେଶ ପରିଚିତ । ଏନେଇ ଶ୍ରୀ ଖଣ୍ଡାଇ ପୂର୍ବତନ ସାଂସଦ ଡକ୍ଟର ରାମ ଚନ୍ଦ୍ର ଖୁଟିଆ ଓ ଯୁବ ଆୟୁଏନଟିୟୁସିର ସଭାପତି ପ୍ରକାଶ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଯୁବ ଅ।।ୟୁଏନଟିୟୁସିର ରାଜ୍ୟ ଉପସଭାପତି ଭାବେ ଘୋଷଣା ହେବା ପରେ ଚନ୍ଦ୍ରକାନ୍ତଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ