ମହିଳା ଥିବା ଜାଗାରେ ବିଜେଡି ନେତାଙ୍କୁ ଦୂରେଇ ରଖନ୍ତୁ - ଅଭିଳାଷ ପଣ୍ଡା
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- କଲେଜ୍ କ୍ୟାମ୍ପସକୁ ବିଜେଡି ଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ବୟସ ହେଇ ଗଲାଣି। ଲୋକେ ତାଙ୍କୁ ନିର୍ବାଚନରେ ହରାଇଥିଲେ ତଥାପି ଗୋଟେ
ମହିଳା ଥିବା ଜାଗାରେ ବିଜେଡି ନେତାଙ୍କୁ ଦୂରେଇ ରଖନ୍ତୁ - ଅଭିଳାଷ ପଣ୍ଡା


ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- କଲେଜ୍ କ୍ୟାମ୍ପସକୁ ବିଜେଡି ଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ବୟସ ହେଇ ଗଲାଣି। ଲୋକେ ତାଙ୍କୁ ନିର୍ବାଚନରେ ହରାଇଥିଲେ ତଥାପି ଗୋଟେ ସିଟରେ ସେ ଜିତିଛନ୍ତି ହେଲେ ବିଧାନସଭା ଯାଉ ନାହାଁନ୍ତି କିନ୍ତୁ ଦରମା ନେଉଛନ୍ତି। ଆମେ ଅନୁରୋଧ କରୁଛୁ ନବୀନ ପଟ୍ଟନାୟକଙ୍କୁ ଆପଣଙ୍କ ନେତାଙ୍କୁ ଆଉ କ୍ୟାମ୍ପସ ପଠାନ୍ତୁ ନାହିଁ। ଆପଣ ଙ୍କ ନେତା ଦିବ୍ୟ ଶଙ୍କର ମିଶ୍ର ଯାଇଥିଲେ ମହାଲିଙ୍ଗ କଲେଜକୁ। ଯେଉଁଭଳି ଦୁଷ୍କର୍ମ ଆଉ ବଳାତ୍କାର କଲେ ଆଉ ମମିତାକୁ ହତ୍ୟା କଲେ। ସାକ୍ଷୀଙ୍କୁ ଜେଲରେ ହତ୍ୟା କରି ଆତ୍ମହତ୍ୟା ରୂପ ଦେଲେ। କଟକ କ୍ୟାମ୍ପସରେ କଣ ହେଲା। ଆପଣଙ୍କ ନେତା ଅମରେଶ ଜେନା କଣ କରିଛନ୍ତି ଜାଣିଛନ୍ତି ନା ନାହିଁ। ମହିଳା ଥିବା ଜାଗାରେ ଆପଣଙ୍କ ନେତାଙ୍କୁ ଦୂରେଇ ରଖନ୍ତୁ। ଆଉ କୁମ୍ଭୀର କାନ୍ଦଣା କାନ୍ଦନ୍ତୁନି। ବିଜେଡ଼ିର ଛାମୁଆ ନେତା କଥା କୁହା କପିଳା ମାନେ ପରୀ ବେଳେ କାହିଁକି ଚୁପ୍ ଥିଲେ। ଦୁଷ୍କର୍ମ ପାଇଁ ଆପଣଙ୍କ ନେତା ମାନେ କଂଗ୍ରେସ ସହ ପ୍ରତିଯୋଗିତା କରୁଛନ୍ତି। ବିଜେପି ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ବିରୋଧୀ ଦଳ ର ଛାତ୍ର ସଙ୍ଗଠନରେ ଛାତ୍ର ନାହାନ୍ତି। ସେମାନେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ । ସେମାନଙ୍କ ଦଳରେ ଅନ୍ତ କନ୍ଦଳ ଅଛି। ବୃଦ୍ଧ ବୟସରେ ଦଳର ନେତା ବିବାହ କରୁଛନ୍ତି। ତାକୁ ସୁଧାରନ୍ତୁ ଏବଂ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବୋଲି କହିଛନ୍ତି ଅଭିଳାଷ ପଣ୍ଡା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande