କୋରେଇ, ୨୯ ଜୁଲାଇ (ହି.ସ.) - ପାଣିକୋଇଲିସ୍ଥିତ ଜିଲ୍ଲା ପୁଳିସ ମୁଖ୍ୟାଳୟ ପକ୍ଷରୁ ୧୩ ଜଣ ସବଇନ୍ସପେକ୍ଟର ଓ ଅସିଷ୍ଟାଣ୍ଡ ସବଇନ୍ସପେକ୍ଟରଙ୍କ ଜିଲ୍ଲା ମଧ୍ୟରେ ଅଦଳବଦଳ କରାଯାଇଛି । ଖାଲିଥିବା ପଦବୀ ପୂରଣ ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅବଦଳବଦଳ କରାଯାଇଥିବା ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କ ଠାରୁ ପ୍ରକାଶ । ଏହି କ୍ରମରେ ସବଇନ୍ସପେକ୍ଟର ବିଜୟ ଜେନାଙ୍କୁ ହେଡକ୍ୱାଟରୁ ବରୀ ଥାନା, ରାଇବାରୀ ସୋରେନଙ୍କୁ ଦଶରଥପୁର ଥାନାରୁ କୋରେଇ ଥାନା, ଦୁଶ୍ମନ୍ତ ଦାସଙ୍କୁ କାଳିଆପାଣି ଥାନାରୁ ଦଶରଥପୁର ଥାନା, ଏମଡି ସୁରଜଙ୍କୁ ବିଂଝାରପୁର ଥାନାରୁ ଯାଜପୁର ସଦର ଥାନା, ଅନିତା ଜେନାଙ୍କୁ ଧର୍ମଶାଳା ଥାନାରୁ କୁଆଖିଆ ଥାନା, ନିର୍ମଳ ସାହୁଙ୍କୁ ଯାଜପୁର ସଦର ଥାନାରୁ ସୁକିନ୍ଦା ଥାନା, ସୁଦାମ ଚରଣ ନନ୍ଦୀଙ୍କୁ ସୁକିନ୍ଦା ଥାନାରୁ ବଡଚଣା ଥାନା, ଚିନ୍ମୟ ପୃଷ୍ଟିଙ୍କୁ ହେଡକ୍ୱାରରୁ ବାଲିଚନ୍ଦ୍ରପୁର ଥାନା, ହାପିଜ ଖାନକୁ କୋରେଇ ଥାନାରୁ ବିଂଝାରପୁର ଥାନା, ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ପ୍ରଦୀପ ବେହେରାଙ୍କୁ ହେଡକ୍ୱାଟରରୁ ଜେନାପୁର ଥାନା, ଲକ୍ଷ୍ମୀନାରାୟଣ ସ୍ୱାଇଁଙ୍କୁ ହେଡକ୍ୱାଟରରୁ ବରୀ ଥାନା, ସୁଧାଂଶୁ ଶେଖର ରାଉତଙ୍କୁ ବରୀ ଥାନାରୁ କୁଆଖିଆ ଥାନା, ଦେବପଦ ମହାନ୍ତିଙ୍କୁ କୁଆଖିଆ ଥାନାରୁ ଶଙ୍ଖଚିଲା ଫାଣ୍ଡିକୁ ବଦଳି କରାଯାଇଛି । ଅଦଳବଦଳ ଅଧିକାରୀ ମାନେ ତୁରନ୍ତ ନିଜ ବଦଳିସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ