ନକଲି ବିଦେଶୀ ମଦ ଚୋରା କାରବାର
କେନ୍ଦ୍ରାପଡ଼ା, ୨୯ ଜୁଲାଇ(ହି.ସ.) – କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ କରିଲୋପାଟଣା ଗ୍ରାମ ନିକଟସ୍ଥ କଲେଜ ରୋଡ଼ ସ୍ଥିତ ଏକ ଆଜବେଷ୍ଟ ଘରେ ନକଲି ବିଦେଶୀ ଚୋରାମଦ କାରବାର ବୃଦ୍ଧିକୁ ନେଇ ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି! ସୂଚନା ଥାଉକି ମାର୍ଶାଘାଇ ବ୍ଲକର ଭୁସରଙ୍ଗ ବଟି
ନକଲି ବିଦେଶୀ ମଦ ଚୋରା କାରବାର


କେନ୍ଦ୍ରାପଡ଼ା, ୨୯ ଜୁଲାଇ(ହି.ସ.) – କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ କରିଲୋପାଟଣା ଗ୍ରାମ ନିକଟସ୍ଥ କଲେଜ ରୋଡ଼ ସ୍ଥିତ ଏକ ଆଜବେଷ୍ଟ ଘରେ ନକଲି ବିଦେଶୀ ଚୋରାମଦ କାରବାର ବୃଦ୍ଧିକୁ ନେଇ ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି! ସୂଚନା ଥାଉକି ମାର୍ଶାଘାଇ ବ୍ଲକର ଭୁସରଙ୍ଗ ବଟିରା ପକ୍ଷଟ ଆଖୁଆ ବାହାକାଣ୍ଡିଆ ପରକୁଳା ମେହେନ୍ଦିନଗର ବନ୍ଧକଟା ତାଳସଙ୍ଗା ଶାସନିପଡା ଆଦି ଗ୍ରାମରେ ଖୁଲମଖୁଲା ବିକ୍ରି ହେଉଛି ନକଲି ବିଦେଶୀ ମଦ! ଏହି ବିଷାକ୍ତ ମଦ ପିଇ ଅନେକ ନିରୀହ ଜୀବନ ବଳି ପଡ଼ିଛି ! ସନ୍ଧ୍ୟା ହେଲେ ମଦ୍ୟପଙ୍କ ଦୌରାତ୍ମରେ ଅସୁରକ୍ଷିତ ହେଉପଡୁଛି ଛକ ବଜାର ! ତେବେ ଏହି ମଦ ମାଫିଆଙ୍କୁ ପ୍ରୋତ୍ସାହନ ଦେଉଛି ସ୍ଥାନୀୟ ପୋଲିସ ବୋଲି ସମ୍ଭାବନା ରହିଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande