ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ଯାଜପୁରରେ କଲେରା ବ୍ୟାପିବା ପ୍ରସଙ୍ଗରେ ଧର୍ମଶାଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୁଧୀର କୁମାର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। କଲେରା ପରିଚାଳନା ସମୟରେ ସଠିକ୍ ନିରୀକ୍ଷଣ କରିନଥିଲେ । ଯେଉଁଥି ପାଇଁ ଜନସ୍ୱାସ୍ଥ୍ୟ ସେବା ବିଗିଡ଼ିଥିଲା । ସ୍ୱାସ୍ଥ୍ୟ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ଯାଜପୁର ଗସ୍ତ ସମୟରେ ଅବହେଳା ନେଇ ଅନୁଭବ କରିଥିଲେ । ଗତ ୨୪ ତାରିଖରେ କାର୍ଯ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ହୋଇଛି । ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନି ଏନେଇ ପକ୍ଷ ରଖିବେ ଡାକ୍ତର ସୁଧୀର କୁମାର ସାହୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା