ଧର୍ମଶାଳା,୨୯ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଦଣ୍ଡ ମୁକ୍ତ ଅଂଚଳରେ ଅଣ୍ଡା ମାଗିବା ଘଟଣାକୁ ନେଇ ଶିକ୍ଷକ ମେସାଦ୍ ରେହେମାନଙ୍କ ମାଡରେ ଜନୈକ ୫ମ ଶ୍ରେଣୀର ଛାତ୍ର ଆହତ ହୋଇଥିଲେ । ଏହି ଘଟଣା ସୋମବାର ୨ଟା ସମୟରେ ବିଦ୍ୟାଳୟ ପରିସରରେ ଘଟଣା ଘଟିଥିବା ବେଳେ ଗୁରୁତର ଛାତ୍ରଙ୍କୁ ପ୍ରଥମେ ବ୍ରହ୍ମବରଦା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇବା ବେଳେ ଏନେଇ ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଆଜି ଜିଲା ପ୍ରଶାସନ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ୟୁନିଟର ମିହିର କୁମାର ଜେନା,ଶିଶିର ମଲ୍ଲିକ୍,ରସୁଲପୁର ମଣ୍ଡଳ ସହ-ଶିକ୍ଷା ଅଧିକାରୀ ଡ. ପ୍ରଭଞ୍ଜନ ପତି,ବଡଚଅପୋଇ କ୍ଲଷ୍ଟର ସିଆରସିସି ଜିତେନ୍ଦ୍ର କୁମାର ସାହୁ ଓ ଶିଶୁ ଅଧିକାର କର୍ମୀ ମଂଟୁ ଦାସ ପ୍ରମୁଖ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପଂହଚି ଆହତ ଛାତ୍ର,ମା’ ଚାନ୍ଦ ବିବି,ପ୍ରଧାନଶିକ୍ଷକ ଫସିଉଲ ହକ୍ , ଶିକ୍ଷକ ମେସାଦ ରେହେମାନ, ଆହତ ଛାତ୍ର ସହପାଠିଙ୍କୁ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା ।
ପ୍ରକାଶ ଥାଉକି,ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟସ୍ଥ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ଦିନ ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ମଧ୍ୟାହ୍ନ ଭୋଜନରେ ଅଣ୍ଡା ମାଗିବା ଘଟଣାକୁ ନେଇ ଶିକ୍ଷକ ମେସାଦ ରେହେମାନ ମାଡ ମାରି ଥିଲେ । ଫଳରେ ଛାତ୍ରର ଡାହାଣ ହାତରେ ଗଭୀର ଆଘାତ ଲାଗି ଥିବା ନେଇ ଘଟଣା ସମ୍ପର୍କରେ ପରିବାରଙ୍କୁ ଅବଗତ କରାଇଥିଲେ । ପରେ ମା’ ଏନେଇ ବ୍ରହ୍ମବରଦା ଥାନାରେ ଏତଲା ଦେଇଥିଲେ । ପରେ ଆଜି ଜିଲା ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ