ହୃଦଘାତ ରେ ଆଶାକର୍ମ ଙ୍କ ମୃତ୍ୟୁ
ମାଲକାନଗିରି, ୩ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତ କିର୍ସାନିପଡା ଗ୍ରାମର ଆଶାକର୍ମୀ ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଖଇରପୁଟ କଲ୍ୟାଣ ମଣ୍ଡପ ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତିନି ଦିନିଆ ଆଶାକର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର
ହୃଦଘାତ ରେ ଆଶାକର୍ମ ଙ୍କ ମୃତ୍ୟୁ


ମାଲକାନଗିରି, ୩ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତ କିର୍ସାନିପଡା ଗ୍ରାମର ଆଶାକର୍ମୀ ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଖଇରପୁଟ କଲ୍ୟାଣ ମଣ୍ଡପ ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତିନି ଦିନିଆ ଆଶାକର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର ଚାଲିଥିଲା। ଏହି ଶିବିରରେ ଖଇରପୁଟ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୪୦ ଜଣ ଆଶାକର୍ମୀ ଯୋଗଦେଇଥିଲେ । ଗତକାଲି ଅପରାହ୍ନ ରେ ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ହଠାତ କିର୍ସାନିପଡା ଗ୍ରାମର ଆଶାକର୍ମୀ ମଙ୍ଗୁଳି କିର୍ସାନି ତାଳି ମାରି ମାରି ସେଠାରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଖଇରପୁଟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିବା ସହ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande