ଭାରସାମ୍ୟ ହରାଇଲା ଦେଶୀ ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ଚାରିଜଣ
ଜୟପୁର, 3 ଜୁଲାଇ (ହି.ସ.) କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆର ଶୁଣି ପଞ୍ଚାୟତର ମୁରାନ ଡ୍ୟାମକୁ ଯାଉଥିବା ଜଟିଆ ଗୁଡ଼ା କେନାଲ ଠାରେ ପ୍ରବଳ ବର୍ଷା ଯୋଗୁଁ ପ୍ରବାହିତ ପ୍ରାଖୋର ଜାଲରେ ଡ଼ଙ୍ଗା ସାହାଯ୍ୟରେ ଯାଉଥିବା 4 ଜନ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଜଣାପଡିଛି। ନିଜେ
ଭାରସାମ୍ୟ ହରାଇଲା ଦେଶୀ ଡ଼ଙ୍ଗା।ବର୍ତ୍ତିଲା ଚାରି ଟି ଜୀବନ, ବୁଡ଼ିଲା ତିନି ବାଇକ।


ଜୟପୁର, 3 ଜୁଲାଇ (ହି.ସ.)

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆର ଶୁଣି ପଞ୍ଚାୟତର ମୁରାନ ଡ୍ୟାମକୁ ଯାଉଥିବା ଜଟିଆ ଗୁଡ଼ା କେନାଲ ଠାରେ ପ୍ରବଳ ବର୍ଷା ଯୋଗୁଁ ପ୍ରବାହିତ ପ୍ରାଖୋର ଜାଲରେ ଡ଼ଙ୍ଗା ସାହାଯ୍ୟରେ ଯାଉଥିବା 4 ଜନ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଜଣାପଡିଛି। ନିଜେ ନିଜେ ପହଁରି ନିଜର ଜୀବନ ରକ୍ଷା କରିଛନ୍ତି। ସେହି 4 ଜନ ହେଲେ ଖଗପତି ବିଶୋଇ, ସଞ୍ଜୟ ହରିଜନ, ଅଜୟ ହରିଜନ ଓ ରତ୍ନ ହରିଜନ। କିନ୍ତୁ ସେମାନେ ନେଇ ଯାଉଥିବା 3 ଗୋଟି ବାଇକ କେନାଲ ମାଝିରେ ଭାସି ଯାଇଥିବା ଜଣାପଡିଛି। ଏହି ବ୍ୟକ୍ତି ମାନଙ୍କ ମଧ୍ୟରୁ 2 ଜଣ ଦୁଆର ଶୁଣି ପଞ୍ଚାୟତ ର ହୋଇଥିବା ବେଳେ ଅନ୍ୟ 2 ଜଣ ନବରଙ୍ଗପୁର ପୂର ଜିଲ୍ଲା ବୋଲି ଜଣାପଡିଛି। ତେବେ ନିଜର କର୍ମ କ୍ଷେତ୍ରକୁ ତଥା ଟିକିରି ପ୍ଲାଣ୍ଟ ରେ କାର୍ଯ୍ୟ ରେ ଯୋଗ ଦେବାପାଇଁ ଯାଉଥିବା ବେଳେ ଏଭଳି ଏକ ଅଘଟଣ ଘଟିଥିଲା। କେନାଲ ପାର ହେଉଥିବା ସମୟର ବୋଲି ପ୍ରତ୍ୟେକ୍ଷ ଦର୍ଶୀ ମାନେ କହିଛନ୍ତି। ତେବେ ଲଗାଣ ବର୍ଷା ଯୋଗୁଁ କେନାଲ ରେ ପାଣି ଅଧିକ ହେବା ସହ ଲହଡ଼ି ମଧ୍ୟ ବାୟଙ୍କର ହେଉଥିଲା। ତେବେ ରଶି ଲଗା ଡ଼ଙ୍ଗା ଏମିତି ବିପଦ ହେବ ବୋଲି ନ ଜାଣି ନୀତିଦିନିଆ ଯାତାୟାତ ଭଳି ଯିବାକୁ ସାହସ କରି ଏଭଳି ଏକ ବିରାଟ ବଡ଼ ଅଘଟଣ ରୁ ଜୀବନ ବଞ୍ଚାଇ ନେଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ଙ୍ଗା ଟି ଯୋଗାଇ ଦିଆ ଯାଇଛି। କିନ୍ତୁ ଏହି ଡ଼ଙ୍ଗା ରେ କେତେ ସୁରକ୍ଷିତ ଯାତ୍ରୀ ମାନେ ଏଥିରୁ ଅନୁମେୟ କରିବା କଥା। ଜଟିଆ ଗୁଡ଼ା କେନାଲ ଠାରେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ନିର୍ମାଣ କାର୍ଯ୍ୟ ର ଅବଧି ମଧ୍ୟ ଶେଷ ହେବାକୁ ବସିଲାଣି। କିନ୍ତୁ କାର୍ଯ୍ୟ ସାରିବାର ନାଁ ନେଉନାହିଁ। ଯଥା ଶୀଘ୍ର ପୋଲ କାର୍ଯ୍ୟ ନ ସରିଲେ ଏଭଳି ଅନେକ ଅଘଟଣ ଘଟିବାର ସଂଭାବନା ରହିଛି। ତେବେ ପ୍ରଶାସନ ଦୃଷ୍ଟି ଦେଲେ ରାୟଗଡା, ନବରଙ୍ଗପୁର, କୋରାପୁଟ ପ୍ରଭୃତି ଜିଲ୍ଲା ଯାତାୟାତ ପାଇଁ ନିର୍ଭର କରୁଥିବା ଜିଲ୍ଲା ଏବଂ ଅଞ୍ଚଳ ବାସୀ ଉପକୃତ ହେବେ। ବର୍ତ୍ତମାନ ର ଲଗାଣ ବର୍ଷା ରେ ୩ ଟି ବାଇକ ହି ଭାସି ଯାଇଥିବା ବେଳେ ଜୀବନ କିନ୍ତୁ ବଞ୍ଚି ଯାଇଛି। ଏହି କେନାଲ ରେ ଏଭଳି ଘଟଣା କିଛି ନୁଆଁ ନୁହେଁ। ବର୍ଷା ଆସିଲେ ଏଭଳି ଅଘଟଣ ଘଟିବାକୁ ଲାଗିଥାଏ। ପୂର୍ବରୁ ଏହି କେନାଲ ପାର ହେଉଥିବା ବେଳେ ଦେଶିଡ଼ଙ୍ଗା ରେ ଅନେକ ଧନ ଜୀବନ ନଷ୍ଟ ହୋଇଛି। ତେବେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande