ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ବିଏମସି ଆଡିସନାଲ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଆଇନ ଉପରେ କେହି ନୁହେଁ। ସେ କେଉଁ ଦଳର କାର୍ଯ୍ୟକର୍ତା ନୁହଁନ୍ତି କି କେଉଁ ବ୍ୟକ୍ତି ନୁହଁନ୍ତି। ରାଜ୍ୟ ସରକାର ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବେ ମୋର ପୁରା ବିଶ୍ୱାସ ଅଛି। ସେ ଦଳର କାର୍ଯ୍ୟକର୍ତା ହୁଅନ୍ତୁ କି କେହି ବି ହୁଅନ୍ତୁ। ଆଇନକୁ କେହି ହାତକୁ ନେବା ଉଚିତ୍ ନୁହେଁ। ଯିଏ ଆଇନକୁ ହାତକୁ ନେବ ସିଏ ଆଇନ ପରିସର ଭୁକ୍ତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା