ଭୁବନେଶ୍ୱର, ୦୪ ଜୁଲାଇ (ହି.ସ.)- ରଥଯାତ୍ରା ବେଳେ ପୁରୀରେ ବିଭ୍ରାଟ ଓ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡି। ଏହି ପରିପ୍ରେକ୍ଷୀରେ ବିଜେଡିର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜଭବନ ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବି ଜଣାଇଛି।
ଏନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ଲେଖିଛନ୍ତି ଯେ ଚଳିତ ବର୍ଷ ପୁରୀ ଠାରେ ଆୟୋଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ସମୟରେ ଅତ୍ୟନ୍ତ ବିଶୃଙ୍ଖଳା, ଆଇନ ଶୃଙ୍ଖଳା ପରିସ୍ଥିତି, ବଡ଼ଦାଣ୍ଡରେ ସନ୍ଧ୍ୟା ପରେ ରଥ ଗୋଟିଏ ପାହୁଣ୍ଡ ଗଡିବା, ଆଡ଼ପ ବିଜେ ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ୩ ଜଣ ଭକ୍ତଙ୍କ ପ୍ରାଣହାନି, ଶତାଧିକ ଆହତ ହେବା ହିଁ ପ୍ରଶାସନର ସମ୍ପୁର୍ଣ୍ଣ ବିଫଳତାକୁ ଦର୍ଶାଇଥିଲା ।
ଏହି ପରିପ୍ରେକ୍ଷୀରେ ଆଜି ବିଜୁ ଜନତା ଦଳର ଦଳର ସାଂସଦ, ବିଧାୟକ, ବରିଷ୍ଠ ନେତ୍ରୁମଣ୍ଡଳୀଙ୍କ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଦାବି କଲୁ। ମହାପ୍ରଭୁଙ୍କର ବାହୁଡା଼ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ନିତି ଯେପରି ସଠିକ୍ ଭାବେ ପରିଚାଳନା କରାଯାଇପାରିବ ଏଥିପାଇଁ ରାଜ୍ୟପାଳଙ୍କୁ ନିବେଦନ ମଧ୍ୟ କଲୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା