ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, 04 ଜୁଲାଇ (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ଡାଇରିଆ,ଡେଙ୍ଗୁ ଓ ମ୍ୟାଲେରିଆର ସ୍ଥିତି ଏବଂ ନିୟନ୍ତ୍ରଣ ସମ୍ପର୍କିତ ଏକ ବୈଠକର ଅଧ୍ୟକ୍ଷତା କରି ସମୀକ
ଖୋର୍ଦ୍ଧା     ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ


ଭୁବନେଶ୍ୱର,

04 ଜୁଲାଇ (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶୁକ୍ରବାର

ଦିନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ଡାଇରିଆ,ଡେଙ୍ଗୁ

ଓ ମ୍ୟାଲେରିଆର ସ୍ଥିତି ଏବଂ ନିୟନ୍ତ୍ରଣ ସମ୍ପର୍କିତ ଏକ ବୈଠକର ଅଧ୍ୟକ୍ଷତା କରି ସମୀକ୍ଷା କରିଛନ୍ତି ।

ଏହି

ଅବସରରେ ସେ ପ୍ରତିଷେଧକ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ ଏବଂ ଲୋକଙ୍କୁ ଉନ୍ନତ

ସ୍ୱାସ୍ଥ୍ୟ ସେବା ପ୍ରଦାନ ଭଳି ଦିଗ ଉପରେ ବିଶେଷ ଧ୍ୟାନ ଦେବାପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ

ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସ୍ଥାନ ମାନଙ୍କରେ ନଳକୂପ ଅଚଳ ଅଛି କିମ୍ବା ଦୂଷିତ ଜଳ ବାହାରୁଛି

ସେଗୁଡିକର ମରାମତି କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ

ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଆଶା, ଅଙ୍ଗନୱାଡି ଦିଦି ଏବଂ ଆମ ସମସ୍ତଙ୍କ ମିଳିତ

ପ୍ରୟାସରେ ଡାଇରିଆ, ଡେଙ୍ଗୁ ଓ ମ୍ୟାଲେରିଆର ପ୍ରତିହତ ହୋଇପାରିବ।ଏହି

ବୈଠକରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ରାଜ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ, ଖୋର୍ଦ୍ଧା

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ପଦାଧିକାରୀ ବ୍ୟକ୍ତିବିଶେଷ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande