ବୌଦ୍ଧ ସହରରେ ଘରକୁ ପଶିଲା ପାଣି, ବର୍ଷା ପାଣି ନିଷ୍କାସନ ଦାବିରେ ରାସ୍ତା ରୋକ
ଅଗ୍ନିଶମ ବିଭାଗ ପକ୍ଷରୁ ମୋଟର ଯୋଗେ ବର୍ଷା ପାଣି ନିଷ୍କାସନ ଆରମ୍ଭ
ଅଗ୍ନିଶମ ବିଭାଗ ପକ୍ଷରୁ ମୋଟର ଯୋଗେ ବର୍ଷା ପାଣି ନିଷ୍କାସନ ଆରମ୍ଭ ୧


ଅଗ୍ନିଶମ ବିଭାଗ ପକ୍ଷରୁ ମୋଟର ଯୋଗେ ବର୍ଷା ପାଣି ନିଷ୍କାସନ ଆରମ୍ଭ


ବୌଦ୍ଧ 4 ଜୁଲାଇ (ହି.ସ.) ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଯାହାଫଳରେ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷାରେ କାହାର ଘରକାନ୍ଥ ମାଡି ବସିଲାଣି ତ ଆଉ କାହାର ଘରେ ବର୍ଷା ପାଣି ପଶି ଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ସହରର ହାତୀଶାଳ ଛକ ନିକଟରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବା ଫଳରେ ବର୍ଷା ପାଣି ଘର ମଧ୍ୟକୁ ପ୍ରବେଶ କରିଛି । ଯାହାଫଳରେ ସ୍ଥାନିୟ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶେଷରେ ବାଧ୍ୟହୋଇ ଅଂଚଳବାସୀ ବର୍ଷା ପାଣି ନିଷ୍କାସନ ଦାବିରେ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଥିବାର ଦେଖିବାକୁ ମିଳିଛି । ରାସ୍ତା ଉପରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ରାସ୍ତାରୋକ ଫଳରେ ଗାଡି ମଟର ଚଳାଚଳ କିଛି ସମୟ ଧରି ବନ୍ଦ ରହିଥିଲା । ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଂଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ହାତୀଶାଳ ଛକ ନିକଟରେ ମୋଟର ଯୋଗେ ବର୍ଷା ପାଣି ନିଷ୍କାସନ ଆରମ୍ଭ କରାଯିବା ପରେ ଲୋକଙ୍କ ମଧ୍ୟରେ ଅସ୍ବସ୍ତି ପ୍ରକାଶ ପାଇଛି l ଏହି ଅଂଚଳଟି ତଳିଆ ଅଂଚଳ ହୋଇଥିବା ହେତୁ ସାମାନ୍ୟ ବର୍ଷା ହେଲେ ପଛ ପାଖରେ ଥିବା ଜମି ଗୁଡିକରେ ପାଣି ପୂରୀ ଘର ମଧ୍ୟକୁ ପ୍ରବେଶ କରିଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande