କେନ୍ଦୁଝର, 3 ଜୁଲାଇ (ହି.ସ.)- ଜିଲ୍ଲାରେ ଦୀର୍ଘଦିନ ଧରି ବର୍ଷା ଚାଲୁ ରହିଛି। ଏହା ଫଳରେ ଜିଲ୍ଲାର ବିଭନ୍ନ ନଦୀ ନାଳ ସହ ବୈତରଣୀ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ଏହି ଜଳ ପ୍ରବାହ ବୃଦ୍ଧି ଯୋଗୁଁ କାନପୁର ବୃହତ ଜଳସେଚନ ବନ୍ଧରେ ପାଣି ବୃଦ୍ଧି ପାଇଛି। ଏହି ପାଣି ବଢିବା ଯୋଗୁଁ ପ୍ରକଳ୍ପର ଅସ୍ଥାୟୀ ମାଟି ବନ୍ଧ (କପର୍ ଡ୍ୟାମ୍) ଭାଙ୍ଗି ଡ୍ୟାମ୍ ଗେଟ୍ ଉପରେ ଚାଲୁଛି। ଏହି ପାଣି ଚାଲିବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଆଶଂକା ବୃଦ୍ଧି ପାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA