ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ପାଳନ
ବଲାଙ୍ଗିର, ୩ ଜୁଲାଇ (ହି.ସ.)- ପୁଇଁତଳା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ା ଠାରେ ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ଅବସରରେ ଏକ ଆଲୋଚନାଚକ୍ର ଏବଂ ବିଦ୍ୟୁତ ସୁରକ୍ଷା ଓ ବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯ
ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ପାଳନ


ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ପାଳନ


ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ପାଳନ


ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ପାଳନ


ବଲାଙ୍ଗିର, ୩ ଜୁଲାଇ (ହି.ସ.)- ପୁଇଁତଳା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ା ଠାରେ ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ଅବସରରେ ଏକ ଆଲୋଚନାଚକ୍ର ଏବଂ ବିଦ୍ୟୁତ ସୁରକ୍ଷା ଓ ବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତଥା ବୈଦ୍ୟୁତିକ ନିରୀକ୍ଷକ ଅନିଲ କୁମାର ବେହେରା ଯୋଗଦେଇ ବିଦ୍ୟୁତ ସୁରକ୍ଷା ଓ ନିରାପତ୍ତା ବିଷୟରେ ସଚେତନ କରିଥିଲେ l ଏଥିରେ ବିଦ୍ୟୁତ ବିଭାଗ ସହାୟକ ନିର୍ବାହୀ ଯନ୍ତ୍ରୀ ଦେବାର୍ଚନ ମହାନନ୍ଦ ଏହି ସପ୍ତାହର ମହତ୍ତ୍ୱ ଓ ବିଦ୍ୟୁତ ବ୍ୟବହାର କିପରି କରିବେ ପୁଙ୍ଖାନୁପୁଙ୍ଖ ଭାବେ ପିପିଟି ମାଧ୍ୟମରେ ଆଲୋଚନା କରିଥିଲେ l ସହାୟକ ନିର୍ବାହୀ ଯନ୍ତ୍ରୀ ରୁଚିରା ତ୍ରିପାଠୀ ଯୋଗଦେଇ ସଚେତନ କରିଥିଲେ l ଏଥିରେ ଶିକ୍ଷକ ନିଲାମ୍ବର ନନ୍ଦ, ଶିକ୍ଷୟିତ୍ରୀ ଶ୍ରୀମସୂତା ମଲ୍ଲିକ, ଅପର୍ଣ୍ଣା ପଟେଲ, ମଞ୍ଜରୀ ସୁନା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପବିତ୍ର ମୋହନ ପଧାନ ସହାୟତା କରିଥିଲେ l ସଭା ଶେଷରେ ଶିକ୍ଷୟତ୍ରୀ ଅପର୍ଣ୍ଣା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande