ରୋଟାରୀ କ୍ଲବ ଓ ଇନର୍ ହ୍ୟୁଇଲ କେନ୍ଦୁଝର ଶାଖାର ଦାୟିତ୍ଵ ଗ୍ରହଣ ଉତ୍ସବ ପାଳନ
କେନ୍ଦୁଝର, 3 ଜୁଲାଇ (ହି.ସ.) ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ କେନ୍ଦୁଝର ଟାଉନ ହଲ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କ୍ରମେ ପୂର୍ବତନ ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ଓ ସଂପାଦକ ଦୀପକ ନାୟକ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ରୋଟାରିଆନ୍ ହରିହର ମହାନ୍ତ ଓ ସଂପାଦକ ବିଜୟ କୁମାର
Rotary club


କେନ୍ଦୁଝର, 3 ଜୁଲାଇ (ହି.ସ.) ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ କେନ୍ଦୁଝର ଟାଉନ ହଲ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କ୍ରମେ ପୂର୍ବତନ ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ଓ ସଂପାଦକ ଦୀପକ ନାୟକ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ରୋଟାରିଆନ୍ ହରିହର ମହାନ୍ତ ଓ ସଂପାଦକ ବିଜୟ କୁମାର ବେହେରାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ଠିକ୍ ଅନୁରୂପ ଭାବେ ଇନର୍ ହ୍ୟୁଇଲ ସଭାପତି ଭାବେ ସେଫାଳିକା ମହାନ୍ତିଙ୍କ ଠାରୁ ସୋନାଲୀ ସିଂ ଦାୟିତ୍ଵ ଗ୍ରହଣ କରିଛନ୍ତି । ଗତବର୍ଷର ସଂପାଦିକା ଶ୍ରୀମତୀ ସାର୍ବଣୀ ମହାପାତ୍ର ଏହି ବର୍ଷ ସମ୍ପାଦିକା ଦାୟିତ୍ଵ ନିର୍ବାହ କରିବାକୁ ସର୍ବସମ୍ମତିକ୍ରମେ ସ୍ଥୀରିକୃତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡି.ଜି.ଇ ରୋଟାରିଆନ୍ ଅନିଲ୍ କୁମାର ସାମଲ, ଆମନ୍ତ୍ରିତ ଅତିଥି ଭାବେ ଜୋନାଲ ଚେୟାର ରୋଟାରୀଆନ୍ ସୁଦିପ୍ତ ମିଶ୍ର ଓ ସମ୍ମାନନୀତ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍.ଡି ଧନରାଜ ଯୋଗ ଦେଇଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରୁଥିଲେ ଶ୍ରୀମତୀ ନତାସା ସାହୁ ଓ ପ୍ରିୟଦର୍ଶିନୀ ପଟ୍ଟନାୟକ। ନୂତନ ସଭାପତି ରୋଟାରିଆନ୍ ହରିହର ମହାନ୍ତଙ୍କ ନେତୃତ୍ବରେ ଦୁଇଜଣ ସମାଜ ସେବୀ ଆଜି ବିଦ୍ଧିବଦ୍ଧ ଭାବେ ରୋଟାରୀ କ୍ଲବ କେନ୍ଦୁଝର ଶାଖା ସହିତ ଅନୁବନ୍ଧିତ ହୋଇଛନ୍ତି ସେମାନେ ହେଲେ ମାନସ ରଞ୍ଜନ ପଣ୍ଡା ଓ ଡ଼ାଃ ଗଣେଶ୍ଵର ମହାନ୍ତ। ଏହି ଅବସରରେ ରୋଟାରୀ କ୍ଲବ କେନ୍ଦୁଝର ଶାଖାର ୨୦୨୫-୨୬ ପାଇଁ ଡ୍ରିମ୍ ପ୍ରୋଜେକ୍ଟ ଭାବେ କେନ୍ଦୁଝର ବନଖଣ୍ଡ ଓ ରୋଟାରୀ କ୍ଲବ କେନ୍ଦୁଝରର ମିଳିତ ସହଯୋଗରେ ଏକ ସୁନ୍ଦର ସ୍ମୃତିବନ ସୃଷ୍ଟି କରାଯିବ ବୋଲି ସୂଚନା ଦେଇଥିଲେ ନୂତନ ସଂପାଦକ ରୋଟାରୀଆନ୍ ବିଜୟ କୁମାର ବେହେରା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରୋଟାରୀ କ୍ଲବ ତାଙ୍କର ସ୍ମରଣିକା ଗୋନାସିକା ଉନ୍ମୋଚିତ କରିଛନ୍ତି ଯାହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ରୋଟାରୀଆନ୍ ସୁରେଶ ଚନ୍ଦ୍ର ଖଟ୍ଟୋଇ ଏବଂ ସହଯୋଗ କରିଥିଲେ ଇଂ ଦେବବ୍ରତ ସ୍ବାଇଁ। ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀଆନ୍ ନିରୂପମା ସ୍ବାଇଁ। ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ୍ ଓ ଇନର୍ ହ୍ୟୁଇଲ କ୍ଲବର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande