ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କଲେ ଅନନ୍ତ ଜେନା
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ବିଏମ୍ ସି ତୁମୁଳ କାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି ଯେ , ଆମେ ଗଣମାଧ୍ୟମରେ ଦେଖୁଛୁ ଗେଟ ପାଖରେ ଯେଉଁ ଘଟଣା ଘଟିଥିଲା । ପ୍ରକୃତ କଥା ତାଙ୍କ ରୁମ୍ ରୁ ଆରମ୍ଭ ହୋଇଛି । ରୁମ୍ ରେ ଯେଉଁ ସିସିଟିଭ
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କଲେ ଅନନ୍ତ ଜେନା


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ବିଏମ୍ ସି ତୁମୁଳ କାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି ଯେ , ଆମେ ଗଣମାଧ୍ୟମରେ ଦେଖୁଛୁ ଗେଟ ପାଖରେ ଯେଉଁ ଘଟଣା ଘଟିଥିଲା । ପ୍ରକୃତ କଥା ତାଙ୍କ ରୁମ୍ ରୁ ଆରମ୍ଭ ହୋଇଛି । ରୁମ୍ ରେ ଯେଉଁ ସିସିଟିଭି ଥିଲା ସେଠାରେ ସ୍ମାର୍ଟ ସିଟି ଅଫିସ୍ ରହିଛି , କେବଳ ଏତିକି ନୁହେଁ ସେଠାରେ ଡେଲ ର ଅଫିସ ମଧ୍ୟ ରହିଛି । ଏତେ ବଡ଼ ଅଫିସ୍ ରହିଛି ସେଥିରେ ସି ସି ଟିଭି ଥିବ ମୋନିଟର ଥିବ କେହି ତାକୁ ମନିଟର କରୁଥିବ । ତାହା ଦେଖିବା ପରେ ଜଣାପଡ଼ିବ ଆହୁରି କଣ ହୋଇଛି ଏବଂ ରହସ୍ୟ ପଦାକୁ ଆସିବ । ଏବେ କେବଳ ଗେଟ ପାଖରେ ୨ ଟି ଫୁଟେଜ ବାହାରକୁ ଆସୁଛି । ମୂଳ ଭିଡିଓ ପଦାକୁ କାହିଁକି ଆସୁନି ବୋଲି ପ୍ରଶ୍ନ କରିଛନ୍ତି ଅନନ୍ତ ଜେନା । ସିସିଟିଭି କେବେ ଠାରୁ ଖରାପ ହୋଇଛି , କେଉଁ ଅଧିକାରୀ ଏହାର ଦାୟୀତ୍ୱ ରେ ଥିଲେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ।

ସଂଘଙ୍କ ସମସ୍ୟାରେ ବିଜେଡି ହସ୍ତକ୍ଷେପ କରେନି । ବିଜେଡି ନ୍ୟାୟ ପାଇଁ ସ୍ୱର୍ ଉତୋଳନ କରେ । ଆଇନ ରୁ ଉର୍ଦ୍ଧରେ କେହି ନୁହନ୍ତି । ଲୋକଙ୍କ ଏବଂ ସତ୍ୟ ସହ ବିଜେଡି ସବୁ ବେଳେ ଅଛି ଓ ରହିବ ମଧ୍ୟ । ପ୍ରକୃତ ରହସ୍ୟ ଉନ୍ମଚନ ହେଉ, ଯେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ମୁଖ୍ୟ କାର୍ପଟଦାରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande