ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ବିଧାୟକଙ୍କ ଦୁର୍ଘଟଣାଗ୍ରସ୍ତ ଗାଡିରୁ ମଦ ଓ ଗଂଜେଇ
ବାହରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ବିଜେଡି ନେତା ସାନନ୍ଦ ମାରାଣ୍ଡି
କହିଛନ୍ତି ଯେ, ତିନି ଦିନ ତଳେ ଭୁବନେଶ୍ୱର ନାଲକୋ ଛକରେ ବାରିପଦା ବିଧାୟକଙ୍କ ଗାଡି ଦୁର୍ଘଟଣା
ହୋଇଥିଲା । ସେଥିରୁ ମଦ ଓ ଗଂଜେଇ ବାହାରିଲା । ହେଲେ ଏ ଯାଏଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନି
। ଏହି ଦୁର୍ଘଟଣାରେ ବିଧାୟକଙ୍କ ପୁଅ ଓ ତାଙ୍କ ପାଞ୍ଚ ଜଣ ସହଯୋଗୀ ଥିଲେ । ଯେଉଁ ମଦ ଗଂଜେଇ ସୋସିଆଲ
ମିଡ଼ିଆରେ ଭାଇରାଲ ହେଲା, ତାକୁ ଏନଡିପିଏସଆକ୍ଟରେ ବାନ୍ଧିବା ଦରକାର । ବିଧାୟକ ପ୍ରକାଶ ସୋରେନ ଏହାକୁ ମନା କରୁଛନ୍ତି । ସିସିଟିଭି
ଭିଜୁଆଲ ଵି ସାର୍ବଜନୀନ ହେଉନି. । ହେଲେ ସମସ୍ତଙ୍କୁ କ୍ଲିନ ଚିଟ ମିଳିଲା । ସମସ୍ତଙ୍କୁ ଗିରଫ
କରାଯାଉ ।ଏହି ଘଟଣାରେ କେଶ ଵି ହେଇନି । ଏହା ମୋହନ ମାଝୀ ସରକାରରେ ହେଉଛି । ଏହି ସରକାରରେ କିଏ ବାଲି ଚୋରି କଲାଣି ତ କିଏ
ଅପରାଧଙ୍କୁ ଛତ୍ରଛାୟା ଦେଉଛି । ବାରିପଦାରେ ଚୋରି, ନିଶା
କାରବାର ହେଉଛି । ବିଧାୟକଙ୍କ ଗାଡିରେ ବାରିପଦାକୁ ନିଶା ସାମଗ୍ରୀ ଚୋରା କାରବାର ହେଉ ।
ବିଧାୟକଙ୍କୁ ପଚରାଉଚରା ହେଉ । ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ, ଆଗାମୀ ଦିନରେ ବିଜେଡି ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା