ଭୁବନେଶ୍ୱର, 3 ଜୁଲାଇ (ହି.ସ.)
- ଘାନାର ସର୍ବୋଚ୍ଚ ନାଗରିକ
ସମ୍ମାନରେ ସମ୍ମାନିତ କରିବାକୁ ନେଇ ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାନନୀୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ
କରାଯିବାକୁ ନେଇ ହାର୍ଦ୍ଦିକ ଶୁଭେଚ୍ଛା ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି
ସମ୍ମା ଆପଣଙ୍କ ଦୂରଦର୍ଶୀ ନେତୃତ୍ୱ, ବିଶ୍ୱ ପ୍ରଭାବ ଓ ଭାରତ ଆଫ୍ରିକା ସଂପର୍କକୁ ନୂଆ ଶିଖର
ଦେବାରେ ଆପଣଙ୍କ ଯୋଗଦାନର ପ୍ରତୀକ ଅଟେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା
କରୁଛି ଯେ, ସେ ଆପଣଙ୍କୁ ସର୍ବଦା ସୁସ୍ଥ, ଦୀର୍ଘାୟୁ ଓ କର୍ମଠ କରିଥାନ୍ତୁ । ଭାରତକୁ ନୂଆ
ଶିଖରରେ ପହଂଚାଇବାରେ ଆପଣଙ୍କ ଉଦ୍ୟମକୁ ନିରନ୍ତର ସଫଳତା ମିଳୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା