ପୁରୀ, ୦୩ ଜୁଲାଇ (ହି.ସ.) - ଏବେ ଶରଧାବାଲିରେ ଭକ୍ତଙ୍କ ଗହଳି ଜମୁଛି । ସଂକୀର୍ତନ ମେଳ ଶରଧାବାଲିରେ ସଂକୀର୍ତନ କରିବା ସହ ଝାଞ୍ଜ, ମୃଦଙ୍ଗ, ଗିନି ବଜାଉଛନ୍ତି । ସେହି ଶଦ୍ଦରେ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥର ଆଗରେ ଧାର୍ମିକ ବାତାବରଣ ସୃଷ୍ଟି ହେଉଛି । ଜଗବନ୍ଧୁ ହୋ ତୁମ୍ଭ ବିଚିତ୍ର ଲୀଳା, କାହାକୁ ହସାଅ କାହାକୁ କନ୍ଦାଉ, କାହାକୁ ମଝି ଦରିଆରେ ଭାସାଉ ଭଜନ ବୋଲି ଭକ୍ତିର ସହ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ସବୁଠାରୁ ଆକର୍ଷଣୀୟ ହେଉଛି ମହିଳାଙ୍କ ସଂକୀର୍ତନ । ସେମାନେ ଭଜନକୀର୍ତନ ସହ ଭକ୍ତିରେ ମଜିଯାଇଥିବା ଦୃଶ୍ୟମାନ ହୋଇଛି । ଜଗନ୍ନାଥଙ୍କ ମହିମା ଗାନ କରିବା ସହ ଶ୍ରଦ୍ଧାରେ ଶରଧାବାଲିରେ ଠାକୁରଙ୍କ ପାଖରେ ସମର୍ପିତ ହୋଇ ଘଂଟା ଘଂଟା ସଂକୀର୍ତନ କରୁଛନ୍ତି । ଶ୍ରଦ୍ଧାଳୁ ମାନେ ଏହି ସଂକୀର୍ତନ ଦେଖି ଭାବବିହ୍ୱଳ ହୋଇପଡିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ