ସିଫୁଡ୍ ଏକ୍ସପୋ ଭାରତରେ ଏକ୍ରିକ୍‌,ଓଡ଼ିଶାକୁପ୍ରଥମ ପୁରସ୍କାର
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.) - ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ବ୍ୟବସାୟିକ କେନ୍ଦ୍ର (ଟ୍ରେଡ୍ ସେଣ୍ଟର)ରେ ଅନୁଷ୍ଠିତ ହୋଇଥିବା “ସିଫୁଡ୍ ଏକ୍ସପୋ ଭାରତ-୨୦୨୫ (ଏସଇବି-୨୫)” ରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ଇସିଆରଆଇସିସି(ଏକ୍ରିକ୍‌)ପ୍ରକଳ୍ପ ସରକାରୀ କ୍ଷେତ୍ର ବିଭାଗରେ ପ୍ରଥମ ସ୍ଥାନ
ସିଫୁଡ୍ ଏକ୍ସପୋ ଭାରତରେ ଏକ୍ରିକ୍‌,ଓଡ଼ିଶାକୁପ୍ରଥମ ପୁରସ୍କାର


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.) - ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ବ୍ୟବସାୟିକ କେନ୍ଦ୍ର (ଟ୍ରେଡ୍ ସେଣ୍ଟର)ରେ ଅନୁଷ୍ଠିତ ହୋଇଥିବା “ସିଫୁଡ୍ ଏକ୍ସପୋ ଭାରତ-୨୦୨୫ (ଏସଇବି-୨୫)” ରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ଇସିଆରଆଇସିସି(ଏକ୍ରିକ୍‌)ପ୍ରକଳ୍ପ ସରକାରୀ କ୍ଷେତ୍ର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଏଥିରେ ଓଡ଼ିଶାରେ ଜଳବାୟୁ ସହନଶୀଳ କଙ୍କଡ଼ା ଚାଷ ସଂପର୍କରେଆକର୍ଷଣୀୟ ଉପସ୍ଥାପନ କରାଯାଇଥିଲା ।

ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ସାମୁଦ୍ରିକ ଉତ୍ପାଦ ଉନ୍ନୟନ କର୍ତୃପକ୍ଷ(ଏମପିଇଡିଏ) ଦ୍ୱାରା ଆୟୋଜିତ ଏହି ଏକ୍ସପୋ, ଭାରତର ମାଛ ସହ ଓ ଜଳଚାଷ(ଆକ୍ୱାକଲଚର) ମୂଲ୍ୟ ଶୃଙ୍ଖଳା(ଭାଲ୍ୟୁ ଚେନ୍‌) କ୍ଷେତ୍ର ପାଇଁ ସମସ୍ତ ଅଂଶୀଦାରମାନଙ୍କ ନିମନ୍ତେ ବୃହତ୍ ସୁଯୋଗ ସୃଷ୍ଟି କରିଥିଲା । ଏହି ଏକ୍ରିକ୍ ପ୍ରକଳ୍ପ ଜାତୀୟ ସ୍ତରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା ଗ୍ରୀନ କ୍ଲାଇମେଟ୍ ଫଣ୍ଡ (ଜିସିଏଫ) ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ( ଯୁଏନଡିପି) ସହଯୋଗରେ ଏବଂ ଓଡ଼ିଶାରେ ଏହା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି।

ଏହି ପ୍ରକଳ୍ପ ସାମୁଦ୍ରିକ ଉପକୂଳବର୍ତୀ ଗୋଷ୍ଠୀ ସମୁଦାୟମାନଙ୍କରେ ସ୍ଥାୟୀ ପରିସଂସ୍ଥାଭିତିକ ଏବଂ ଜଳବାୟୁ ସହନଶୀଳ ଜୀବନଜୀବିକାକୁ ପ୍ରୋତ୍ସାହିତ କରୁଛି। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା କେତେକ ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଓଡ଼ିଶା ଏହାର ସଶକ୍ତ ସ୍ଥାନୀୟ ସଂସ୍ଥାଓ ଜଳବାୟୁ ଚମ୍ପିୟନଙ୍କ ସମର୍ଥନରେ ବୈଜ୍ଞାନିକ ପଦ୍ଧତିରେ ସ୍ୱତନ୍ତ୍ର ଭାବେ କଙ୍କଡ଼ା ଚାଷ (ମଡ୍ କ୍ରାବ୍ ଫାର୍ମିଂ ), ସୁନ୍ଦର ରଙ୍ଗୀନ ମାଛ ଚାଷଏବଂ ସ୍ଥାୟୀ ଜଳଚାଷ ଅଭ୍ୟାସ ପୂର୍ବକ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି । ଏହି ପରିଯୋଜନା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଏବଂ ୨୦୩୬ ମସିହା ସୁଦ୍ଧା‘ବିକଶିତ ଓଡିଶା’ ପାଇଁ ରାଜ୍ୟର ପ୍ରତିବଦ୍ଧତା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ଆଭିମୁଖ୍ୟରେ ଉଲ୍ଲେଖନୀୟ ଯୋଗଦାନ ଏବଂ ଉଦ୍ୟମ ବୃଦ୍ଧି କରିବ ।

ଆୟୋଜିତ ପ୍ରଦର୍ଶନୀରେ ଏକ୍ରିକ୍‌, ଓଡିଶା ନିର୍ଦ୍ଦିଷ୍ଟ ଷ୍ଟଲରେ ଏହାର ସାମୁଦ୍ରିକ ଖାଦ୍ୟ ବ୍ୟବସାୟ, ଚିଙ୍ଗୁଡ଼ି ଚାଷ, ଏହାର ଉତ୍ପାଦନକୌଶଳ, ମୂଲ୍ୟଯୁକ୍ତ ଉତ୍ପାଦ ଓ ଅନ୍ୟାନ୍ୟ ବୈଷୟିକ ଅଧିବେଶନକୁ ଗୁରୁତ୍ୱ ଦେଇ ସକ୍ରିୟ ଭାବେ ଅଂଶଗ୍ରହଣ ପୂର୍ବକ ଏହାର ସଫଳତାକୁ ପ୍ରଦର୍ଶିତ କରିଥିଲା । ପୋଖରୀ-ଭିତ୍ତିକ ମଡ୍ କ୍ରାବ୍ ଆକ୍ୱାକଲଚର ର ଲାଇଭ୍ ଉପସ୍ଥାପନ,ଏହି ଷ୍ଟଲର ଏକ ପ୍ରମୁଖ ଆକର୍ଷଣ ଥିଲା, ଯାହା ପ୍ରଦର୍ଶନୀ ପରିଦର୍ଶନ କରୁଥିବା ପ୍ରତିନିଧିମାନଙ୍କୁ ଆକୃଷ୍ଟ କରିଥିଲା ।ଏହି ଉପସ୍ଥାପନ,ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ନବସୃଜନକୁ ସମନ୍ୱିତ କରି ପର୍ଯ୍ୟାୟ କ୍ରମିକ ବୈଜ୍ଞାନିକ ପ୍ରଣାଳୀରେ କଙ୍କଡ଼ା ଚାଷ, ସ୍ଥାୟୀ ଅଭ୍ୟାସ ଭଳି ମୂଲ୍ୟବାନ ଦୃଷ୍ଟିକୋଣ ରଖୁଛି । ଏହି ମଲ୍ଟିମିଡିଆ ପ୍ରଦର୍ଶନୀରେ ରୂପାନ୍ତରଣର ସଫଳ କାହାଣୀ-ବିଶେଷକରି ମହିଳା ଓ ଅପେକ୍ଷାକୃତ ସମାଜରେ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ମାର୍ଜିନାଲାଇଜ୍ଡ ଗ୍ରୁପ୍‌, ସମାବେଶୀ ପ୍ରକଳ୍ପ ଏବଂ ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଓଡିଶାରୁ ରାଜ୍ୟ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ରୁ ଅଧିକାରୀ, ଜଳବାୟୁ ଚମ୍ପିଅନ୍‌, କଙ୍କଡ଼ା ଚାଷୀ ହିତାଧିକାରୀଙ୍କ ସମେତ ୧୪ ଜଣିଆ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କର ଅଂଶଗ୍ରହଣ ପାରସ୍ପରିକ ଜ୍ଞାନ ଆହରଣ ଓ ଭାଗିଦାରିତା ବୃଦ୍ଧି ସକ୍ଷମ କରିବା ସହ ଗୋଷ୍ଠିଭିତ୍ତିକ ଜଳଚାଷ କରିବାରେ ନୂତନ ଅନ୍ୱେଷଣର ମାର୍ଗ ପ୍ରଶସ୍ତ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande