ବିନା ପ୍ରମାଣରେ ଗିରଫ କଲେ କୋର୍ଟରେ ଗ୍ରହଣଯୋଗ୍ୟ ହେବନି- ସୁରେଶ ପୂଜାରୀ
ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ବିଏମସି ଅଫିସରେ ଓଏଏସ ଅଧିକାରୀଙ୍କୁ ମାଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ସବୁ ସମସ୍ୟାର ସମାଧାନ ପାଇଁ ସରକାର ଙ୍କ ପ୍ଲାନ 1,2,3 ଥାଏ । ଅତିରିକ୍ତ ତହସିଲଦାରକୁ ମାଫିଆ ମାଡ଼ କଲା ବେଳେ କିଏ ଆସିଥିଲ
ବିନା ପ୍ରମାଣରେ ଗିରଫ କଲେ କୋର୍ଟରେ ଗ୍ରହଣଯୋଗ୍ୟ ହେବନି- ସୁରେଶ ପୂଜାରୀ


ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ବିଏମସି ଅଫିସରେ ଓଏଏସ ଅଧିକାରୀଙ୍କୁ ମାଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି

ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ସବୁ ସମସ୍ୟାର ସମାଧାନ ପାଇଁ ସରକାର ଙ୍କ ପ୍ଲାନ

1,2,3 ଥାଏ । ଅତିରିକ୍ତ ତହସିଲଦାରକୁ ମାଫିଆ ମାଡ଼ କଲା ବେଳେ କିଏ ଆସିଥିଲେ କି ? କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ମୁଁ ନିଜେ ରାଜସ୍ବ ମନ୍ତ୍ରୀ

ଭାବେ ସାମ୍ନାକୁ ଆସିଥିଲି । ଆମ ଉପରେ ଭରସା ରଖନ୍ତୁ ଅଧିକାରୀ । ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି ତାଙ୍କ କଷ୍ଟ ଆଉ

ଭାବନା ସହ ସରକାର ଅଛନ୍ତି । ସେମାନଙ୍କୁ ନେଇକି ସରକାର ଚାଲେ । ଘଟଣାରେ 5 ଜଣ ଗିରଫ ହୋଇଛି

ସାରିଲେଣି । ଦଳରୁ ବି ନିଲମ୍ବନ ହୋଇଛନ୍ତି । ବିନା ପ୍ରମାଣ ରେ ଯଦି ପ୍ରଚ୍ଛଦପଟରେ କିଏ ତାକୁ

ଗିରଫ କରାଯିବ ତାହେଲେ କୋର୍ଟରେ ଗ୍ରହଣ ଯୋଗ୍ୟ ହେବ ନାହିଁ । ଯେଉଁ ମାନଙ୍କର ଭିଡିଓ ଫୁଟେଜ ଅଛି

ସେମାନେ ଗିରଫ ହୋଇଛନ୍ତି । ପ୍ରଚ୍ଛଦପଟରେ କିଏ ଅଛନ୍ତି ଖୋଜିବାକୁ ସମୟ ଲାଗିବ । କେହି

ବର୍ତ୍ତିବେ ନାହିଁ ଆଇନ ତା ବାଟରେ ଯିବ । ରାଜ୍ୟରେ ବନ୍ୟା ପରିସ୍ଥିତି ରଥଯାତ୍ରା ଅନୁଷ୍ଠିତ

ହେଉଛି । ତେଣୁ ସ୍ଥଗିତ ରଖ, ପରବର୍ତ୍ତୀ ସମୟରେ ମଧ୍ୟ କରିପାରିବେ

ଧର୍ମଘଟ । ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି ବୋଲି ସୁରେଶ ପୂଜାରୀ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande