ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪.୮୪ ବିଲିୟନ ଡଲାର ବୃଦ୍ଧି ପାଇ ୭୦୦ ବିଲିୟନ ଡଲାର କରିଛି ଅତିକ୍ରମ
ମୁମ୍ବାଇ, ୦୪ ଜୁଲାଇ (ହି.ସ.)- ୨୭ ଜୁନ୍ ଶେଷ ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪.୮୪ ବିଲିୟନ ଡଲାର ବୃଦ୍ଧି ପାଇ ୭୦୨.୭୮ ବିଲିୟନ ଡଲାର ହୋଇଛି। ପୂର୍ବ ସପ୍ତାହରେ, ବୈଦେଶିକ ମୁଦ୍ରା ଭଣ୍ଡାର ୧.୦୧ ବିଲିୟନ ଡଲାର ହ୍ରାସ ପାଇ ୬୯୭.୯୩ ବିଲିୟନ ଡଲାର ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯା
ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪.୮୪ ବିଲିୟନ ଡଲାର ବୃଦ୍ଧି ପାଇ ୭୦୦ ବିଲିୟନ ଡଲାର କରିଛି ଅତିକ୍ରମ


ମୁମ୍ବାଇ, ୦୪ ଜୁଲାଇ (ହି.ସ.)- ୨୭ ଜୁନ୍ ଶେଷ ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪.୮୪ ବିଲିୟନ ଡଲାର ବୃଦ୍ଧି ପାଇ ୭୦୨.୭୮ ବିଲିୟନ ଡଲାର ହୋଇଛି। ପୂର୍ବ ସପ୍ତାହରେ, ବୈଦେଶିକ ମୁଦ୍ରା ଭଣ୍ଡାର ୧.୦୧ ବିଲିୟନ ଡଲାର ହ୍ରାସ ପାଇ ୬୯୭.୯୩ ବିଲିୟନ ଡଲାର ହୋଇଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଜୁନ୍ ୨୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସୁନା ଭଣ୍ଡାରର ମୂଲ୍ୟ ୧.୨୩ ବିଲିୟନ ଡଲାର ହ୍ରାସ ପାଇ ୮୪.୫ ବିଲିୟନ ଡଲାର ହୋଇଛି। ଏହା ସହିତ, ସ୍ୱତନ୍ତ୍ର ଡ୍ରଇଂ ରାଇଟ୍ସ (ଏସଡିଆର) ୧୫.୮ ନିୟୁତ ଡଲାର ବୃଦ୍ଧି ପାଇ ୧୮.୮୩ ବିଲିୟନ ଡଲାର ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାଖରେ ଭାରତର ରିଜର୍ଭ ମଧ୍ୟ ୧୭୬ ନିୟୁତ ଡଲାର ବୃଦ୍ଧି ପାଇ ୪.୬୨ ବିଲିୟନ ଡଲାର ହୋଇଛି। ସେପ୍େଟମ୍ବର ୨୦୨୪ ଶେଷରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବକାଳୀନ ସର୍ବାଧିକ ୭୦୪.୮୮ ବିଲିୟନ ଡଲାରରେ ପହଂଚିଥିଲା।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande