ଭୁବନେଶ୍ୱର, 4 ଜୁଲାଇ (ହି.ସ.)- ଜୁନ୍ ୨୨ ,୨୦୨୫
ରେ ଘଟିଥିବା କୁଳିଅଣା ଗୁଳିକାଣ୍ଡ ଘଟଣାରେ ମୟୂରଭଂଜ ପୋଲିସ ସଫଳତାର ସହ 6ଜଣଙ୍କୁ ଗିରଫ କରିଛି
। ଜାତୀୟ ରାଜପଥ ୧୮ରେ କୁଳିଅଣା ଥାନା ଅଞ୍ଚଳରେ
୩୦ ବର୍ଷୀୟ ଜଣେ ଯୁବକ ଚୋରି ଉଦ୍ୟମ କରୁଥିବା ବେଳେ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିଲେ ।ସେହି ଘଟଣାରେ ଜଡିତ ଥିବା ୬ ଜଣଙ୍କୁ ମୟୁରଭଞ୍ଜ ପୋଲିସ ସଫଳତାର ସହିତ
ଗିରଫ କରିଛି।
ଓଡିଶା ଡିଜିପିଙ୍କ
ନିର୍ଦ୍ଦେଶରେ ଓ ପୂର୍ବାଞ୍ଚଳ ଡି.ଆଇ.ଜି. ଡ. ସତ୍ୟଜିତ ନାୟକଙ୍କ ସୁପରଭିଜନରେ ମୟୁରଭଞ୍ଜ
ଏସ୍.ପି. ଙ୍କ ନେତୃତ୍ୱରେ ଗଠିତ ପୋଲିସ ଟିମ୍ ତଦନ୍ତ ଚଲାଇଥିଲେ। ସି.ସି.ଟି.ଭି. ଫୁଟେଜ୍ ଓ
ଫରେନସିକ୍ ପ୍ରମାଣର ପ୍ରଯୁକ୍ତିଗତ ବିଶ୍ଳେଷଣ ପରେ ଏହି ଅଭିଯାନ ସଫଳ ହୋଇଛି । ଏହି ତଦନ୍ତରେ
ଗୋଟିଏ ଅସ୍ତ୍ର ଜବତ ହୋଇଛି ଓ ଅଭିଯୁକ୍ତମାନଙ୍କ ପରିଚୟ ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା