ଭୁବନ, ୦୪ ଜୁଲାଇ(ହି.ସ.) – ଭୁବନ ବ୍ଲକ ଜିରାଳ ଫରେଷ୍ଟ ସେକସନ୍ ଅନ୍ତର୍ଗତ ଖୋକସା ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଜିରାଳ ଫରେଷ୍ଟର କବିତା ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଭଇରପୁର ସରପଂଚ ଆରତୀ ରାଉତ, ଜଗନ୍ନାଥପୁର ସରପଂଚ ସୁଶାନ୍ତ ମଲ୍ଲିକ, ସାରୁଆଳି ସରପଂଚ ମଦନ ବେହେରା, ସମାଜସେବୀ ରଶ୍ମି ରଞ୍ଜନ ଦାସ, ଅଭୟ ନାୟକ ଏବଂ ଅତିରିକ୍ତ ରେଞ୍ଜର ଯୋଗ ଦେଇଥିଲେ। ଏହି ଅବସରରେ ସୁନାଝରି ସଂରକ୍ଷିତ ଜଙ୍ଗଲରେ କରଞ୍ଜ, ଶିସୁ, ଅଶ୍ୱସ୍ଥ, ନିମ୍ବ, ବଉଳ ପ୍ରଭୃତି ୧୫୦୦ ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ସମେତ ପ୍ରାୟ ୨୦୦ ଜନ ସାଧାରଣ ଉପସ୍ଥିତ ଥିଲେ। ଫରେଷ୍ଟ ସ୍କ୍ୱାର୍ଡମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି