ଧର୍ମଶାଳା, ୮ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅରେଇକଣା ପଂଚାୟତ ହରିଚନ୍ଦନପୁର ଗ୍ରାମର ସଂକୀର୍ତନ ପ୍ରେମୀ ତଥା ଆଦର୍ଶ କୃଷକ ସ୍ୱର୍ଗତ ପଦ୍ମନାଭ ସ୍ୱାଇଁଙ୍କ ପବିତ୍ର ଏକାଦଶ ଅବସରରେ ଏକ ସ୍ମୃତିଚାରଣ ସଭା ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ସାମ୍ବାଦିକ ଅଭିମନ୍ୟୁ ଧଳଙ୍କ ଅଧ୍ୟକ୍ଷତାରେ ଏହି ସ୍ମୃତି ଚାରଣ ସଭାରେ ଯୁବ ସଂଗଠକ ଅମୀୟ କୁମାର ପରିଡା, ଅରେଇକଣା ସରପଂଚ ସଂଜୟ କୁମାର ରାୟ,ଯୁବ ସଂଗଠକ ଆଲୋକ କୁମାର ରାୟ,କୃଷକ ନେତା ନିର୍ମଳ ସାମଲ,ରମେଶ ଚନ୍ଦ୍ର ରାଉତ,କ୍ରୀଡବିତ୍ ରବିନ୍ଦ୍ର ନରାୟଣ ଜେନା, ଗର୍ନ୍ଧବ ରାୟ, ଧର୍ମଶାଳା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ କିଶାନ ପଣ୍ଡା ଓ କୃଷକ ନେତା ବସନ୍ତ କୁମାର ପରିଡା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ସ୍ୱାଇଁଙ୍କ ବହୁମଖୀ ପ୍ରତିଭାର ଗୁଣଗାନ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଯୁବ ସଂଗଠକ ଅମୀୟ କୁମାର ପରିଡାଙ୍କ ବକ୍ତବ୍ୟ ପଦ୍ମନାଭ ସ୍ୱାଇଁଙ୍କ ଉଚ୍ଚାରଣ ଓ ଆଚରଣକୁ ଯଦି ଆଜିକାଲିର ଯୁବକମାନେ ଆନ୍ତରିକତା ସହ ଗ୍ରହଣ କରିବେ ତାହା ହିଁ ହେବ ସ୍ୱର୍ଗତ ସ୍ୱାଇଁ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧଞ୍ଜଳୀ । ତାଙ୍କ ଭଳି ଜଣେ ନମ୍ର, ଭଦ୍ର ଓ ସଂସ୍କାରୀ ବ୍ୟକ୍ତିଙ୍କୁ ହରାଇ ଏହି ଅଂଚଳ ପାଇଁ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ସ୍ୱର୍ଗତ ସ୍ୱାଇଁଙ୍କର ସ୍ମୃତିସଭାରେ ତାଙ୍କ ବନ୍ଧୁ, ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିବା ବେଳେ ପରିବାର ପକ୍ଷରୁ ସରୋଜିନୀ ସ୍ୱାଇଁ ଓ ସର୍ବେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ ସଭାରେ ଯୋଗ ଦେଇଥିବା ଅତିଥିମାନଙ୍କୁ କୃତଜ୍ଞା ଓ ସାଧୁବାଦ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ