କୁଲଗାମରେ ୧୦ମ ଦିନ ପାଇଁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି
ଶ୍ରୀନଗର, ୧୦ ଅଗଷ୍ଟ (ହି.ସ.)- ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ରବିବାର ଦିନ ଆତଙ୍କବାଦ ବିରୋଧୀ ଅଭିଯାନ ୧୦ମ ଦିନରେ ପହଂଚିଛି । ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଅଭିଯାନ ଏବେ ବି ଜାରି ରହିଛି । ସୁରକ୍ଷା ବାହିନୀ ଲୁଚି ରହିଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ କବ୍ଜା କରିବାକୁ ଚେଷ୍ଟା କରୁଛି ।
କୁଲଗାମରେ ୧୦ମ ଦିନ ପାଇଁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି


ଶ୍ରୀନଗର, ୧୦ ଅଗଷ୍ଟ (ହି.ସ.)- ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ରବିବାର ଦିନ ଆତଙ୍କବାଦ ବିରୋଧୀ ଅଭିଯାନ ୧୦ମ ଦିନରେ ପହଂଚିଛି । ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଅଭିଯାନ ଏବେ ବି ଜାରି ରହିଛି । ସୁରକ୍ଷା ବାହିନୀ ଲୁଚି ରହିଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ କବ୍ଜା କରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି ଯେ, ଆତଙ୍କବାଦୀମାନେ ଜଙ୍ଗଲ ଯୁଦ୍ଧରେ ଉଚ୍ଚ ତାଲିମପ୍ରାପ୍ତ ଏବଂ ଡ୍ରୋନରୁ ରକ୍ଷା ପାଇବା ପାଇଁ ଘନ ଜଙ୍ଗଲର ସୁଯୋଗ ନେଉଥିବା ଜଣାପଡ଼ିଛି । କୁଲଗାମର ଅକାଲ ଜଙ୍ଗଲ ଅଂଚଳରେ ଅଗଷ୍ଟ ୧ ତାରିଖରେ ଏନକାଉଂଟର ଆରମ୍ଭ ହେବା ପରଠାରୁ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ନଅ ଜଣ ଆହତ ହୋଇଛନ୍ତି । ଏହା ବିଗତ କିଛିବର୍ଷ ମଧ୍ୟରେ କାଶ୍ମୀର ଉପତ୍ୟକାର ସବୁଠାରୁ ଲମ୍ବା ଆତଙ୍କବାଦ ବିରୋଧୀ ଅଭିଯାନ । ଏନକାଉଂଟରରେ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀ ଏବଂ ସେମାନଙ୍କ ଗୋଷ୍ଠୀର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande