ଧରାଲି ବିପର୍ଯ୍ୟୟର ଷଷ୍ଠ ଦିନ- ଖରାପ ପାଗ ଯୋଗୁ ସକାଳ 10ଟାରୁ ଆରମ୍ଭ ହୋଇଛି ବିମାନ ସେବା
ଡେରାଡୁନ, 10 ଅଗଷ୍ଟ (ହି.ସ.)-ଉତ୍ତରକାଶୀରେ ଖରାପ ପାଗ ଯୋଗୁ ମାତଲୀରୁ ହର୍ଶିଲ ଓ ହର୍ଶିଲରୁ ମାତଲୀ ପର୍ଯ୍ୟନ୍ତ ସକାଳ 10ଟା ପର୍ଯ୍ୟନ୍ତ ହେଲିକପ୍ଟର ଉଡାଣ ଭରିପାରିନଥିଲା। 10ଟା ପରେ ହେଲିକପ୍ଟର ସେବା ପୁଣି ଆରମ୍ଭ ହୋଇଛି। ପାଣିପାଗର ପରିସ୍ଥିତିକୁ ଦେଖି ସରକାର ଏବେ ଏ
ଧରାଲି ବିପର୍ଯ୍ୟୟର ଷଷ୍ଠ     ଦିନ- ଖରାପ ପାଗ ଯୋଗୁ ସକାଳ 10ଟାରୁ ଆରମ୍ଭ ହୋଇଛି ବିମାନ ସେବା


ଡେରାଡୁନ, 10 ଅଗଷ୍ଟ (ହି.ସ.)-ଉତ୍ତରକାଶୀରେ

ଖରାପ ପାଗ ଯୋଗୁ ମାତଲୀରୁ ହର୍ଶିଲ ଓ ହର୍ଶିଲରୁ ମାତଲୀ ପର୍ଯ୍ୟନ୍ତ ସକାଳ 10ଟା ପର୍ଯ୍ୟନ୍ତ

ହେଲିକପ୍ଟର ଉଡାଣ ଭରିପାରିନଥିଲା। 10ଟା ପରେ ହେଲିକପ୍ଟର ସେବା ପୁଣି ଆରମ୍ଭ ହୋଇଛି। ପାଣିପାଗର

ପରିସ୍ଥିତିକୁ ଦେଖି ସରକାର ଏବେ ଏକ “ୱେଦର ଅବଜରଭେସନ ଫ୍ଲାଇଟ୍” ଲଞ୍ଚ କରିବାକୁ ଯାଉଛନ୍ତି ।ଯାହା ଦ୍ୱାରା ହେଲିକପ୍ଟର ସେବା ପାଇଁ ଆବଶ୍ୟକ ଦୃଶ୍ୟମାନତାର

ନିରୀକ୍ଷଣ କରାଯାଇପାରିବ।

ଏହା ସହିତ, ତେଲଗାଡା ଗାଡ୍‌ ନିକଟରେ ଗଙ୍ଗା ନଦୀର ପାଣି ବନ୍ଦ ହୋଇଯିବାରୁ

ସେଠାରେ ଏକ ଜଳାଶୟ ତିଆରି ହୋଇଯାଇଛି ଏବଂ ପାଣି ଲିକ୍ ହେଉଛି। ଜିଲ୍ଲାପାଳ କହିଛନ୍ତି ଯେ, ଏହି ଜଳାଶୟର ପାଣିକୁ ଧୀରେ ଧୀରେ ବାହାର କରାଯିବ, ଯାହାଫଳରେ ତଳ ଅଞ୍ଚଳରେ କୌଣସି ବିପଦ ନ ହେବ। ଏହାସହିତ ମାଟି ତଳେ

ଅଟକିଥିବା ଲୋକମାନଙ୍କୁ ଖୋଜିବା କାମ ଜାରି ଅଛି।

ଧରାଳି ଅଞ୍ଚଳରେ ବିପର୍ଯ୍ୟୟ

ପ୍ରଭାବିତ ଲୋକମାନଙ୍କ ପାଇଁ ହେଲିକପ୍ଟର ମାଧ୍ୟମରେ ଚାଲିଥିବା ରେସକ୍ୟୁ ଅଭିଯାନ ଆଜି ମଧ୍ୟ

ଜାରି ଅଛି। ସକାଳେ ଖରାପ ପାଣିପାଗ ଥିଲେ ମଧ୍ୟ, ପ୍ରାୟ 10ଟାରୁ ହେଲିକପ୍ଟର ଅପରେସନ ଆରମ୍ଭ ହୋଇଛି। ମାତଲୀ

ହେଲିପ୍ୟାଡ଼ରୁ ବହୁ ପରିମାଣରେ ଖାଦ୍ୟ ଓ ରିଲିଫ ସାମଗ୍ରୀ ହର୍ଶିଲ ହେଲିପ୍ୟାଡ଼କୁ ପଠାଯାଉଛି।

ଏହି ସହିତ,

ମାତଲୀକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ନିୟମିତ

ଭାବରେ ଆଣିବା ପାଇଁ ମଧ୍ୟ ହେଲିକପ୍ଟର ସେବା ଆରମ୍ଭ ହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande