ବେଙ୍ଗାଲୁରୁରେ ତିନି ନୂଆ ବନ୍ଦେ ଭାରତ ଟ୍ରେନ ଓ ମେଟ୍ରୋକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି
ବେଙ୍ଗାଲୁରୁ, 10 ଅଗଷ୍ଟ (ହି.ସ.) -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁର କେଏସଆରରେଳ ଷ୍ଟେସନରୁ ନୂଆ ବେଙ୍ଗାଲୁରୁ-ବେଲଗାମ ''ବନ୍ଦେ ଭାରତ'' ଟ୍ରେନ ସହିତ ତିନିଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଥ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁ
ବେଙ୍ଗାଲୁରୁରେ ତିନି ନୂଆ     ବନ୍ଦେ ଭାରତ ଟ୍ରେନ ଓ ମେଟ୍ରୋକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି


ବେଙ୍ଗାଲୁରୁ, 10 ଅଗଷ୍ଟ (ହି.ସ.)

-ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ବେଙ୍ଗାଲୁରୁର କେଏସଆରରେଳ ଷ୍ଟେସନରୁ ନୂଆ ବେଙ୍ଗାଲୁରୁ-ବେଲଗାମ 'ବନ୍ଦେ ଭାରତ' ଟ୍ରେନ ସହିତ ତିନିଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଥ

ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋର ୟେଲୋ ଲାଇନର ମେଟ୍ରୋ

ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସେ ଟ୍ରେନ ଓ ମେଟ୍ରୋରେ ଯାତ୍ରା କରୁଥିବା

ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ରବିବାର ସକାଳେ

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ କେଏସଆରରେଳ ଷ୍ଟେସନରୁ ତିନିଟି ଦୂରଗାମୀ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ

କରିଥିଲେ। ସେ ବେଙ୍ଗାଲୁରୁ–ବେଲଗାମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଏଥିରେ ଶ୍ରୀ ମାତା ବୈଷ୍ଣୋ ଦେବୀ

କଟ୍ରା–ଅମୃତସର ଓ ଅଜନୀ (ନାଗପୁର)–ପୁଣେ ବନ୍ଦେ ଭାରତ ଟ୍ରେନ ସେବାକୁ ଭର୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା

ଦେଖାଇ ଶୁଭାରମ୍ଭ କରିଛନ୍ତି। ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବା ପରେ ସେ ଏହି

ଟ୍ରେନରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ଏହାପରେ ପ୍ରଧାନମନ୍ତ୍ରୀ

ମୋଦୀ କେଏସଆରରେଳ ଷ୍ଟେସନରୁ ସଡ଼କ ମାର୍ଗରେ ଯାତ୍ରା କରି ରାଗୀଗୁଡ୍ଡା ମେଟ୍ରୋ ଷ୍ଟେସନ ପହଁଚିଥିଲେ ଏବଂ

ମେଟ୍ରୋ ଷ୍ଟେସନରେ କ୍ୟୁଆରକୋଡ୍ ସ୍କାନ୍ କରି ନିଜର ଟିକେଟ୍ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ ମେଟ୍ରୋ ଫେଜ୍-2 ପ୍ରକଳ୍ପ ଅନ୍ତର୍ଗତ ଆରଭି ରୋଡ୍ (ରାଗୀଗୁଡ୍ଡା) ରୁ

ବୋମ୍ମାସନ୍ଦ୍ରା ପର୍ଯ୍ୟନ୍ତ ଯେଲୋ ଲାଇନ୍‌ ମେଟ୍ରୋର ଉଦ୍‌ଘାଟନ କରିଥିଲେ।

ଏହାପରେ 19.15 କି.ମି.

ଲମ୍ବା,

16ଟି ଷ୍ଟେସନ ଥିବା ଏବଂ 5,056.99 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ

ହୋଇଥିବା ଏହି ମେଟ୍ରୋ ରୁଟ୍‌ରେ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ସିଟି ଷ୍ଟେସନ ପର୍ଯ୍ୟନ୍ତ

ଯାତ୍ରା କରିଥିଲେ। ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମେଟ୍ରୋରେ ଯାତ୍ରା କରୁଥିବା

ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ମେଟ୍ରୋ ଯାତ୍ରା ସମୟରେ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମୈଆ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଓ କେନ୍ଦ୍ରୀୟ ମନ୍ତ୍ରୀ ମନୋହର

ଲାଲ୍ ଖଟ୍‌ତର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande