ଅଗଷ୍ଟ 13ରେ ଓଡିଶା ଆସିବେ ଆରଏସଏସ ମୁଖ୍ୟ ମୋହନ ଭାଗବତ
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୩ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ଵରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତ୍
ଅଗଷ୍ଟ 13ରେ ଓଡିଶା ଆସିବେ     ଆରଏସଏସ ମୁଖ୍ୟ ମୋହନ ଭାଗବତ


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ

ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୩ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୧୩ ତାରିଖ

ଦିନ ସଂଧ୍ୟାରେ ଭୁବନେଶ୍ଵରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫

ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ । ଡ. ଭାଗବତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ

କ୍ରମେ ଓଡିଶା ଆସୁଛନ୍ତି ସେ ୧୩ ତାରିଖ ଦିନ ଭୁବନେଶ୍ୱରରେ ପହଁଞ୍ଚିବା ପରେ ଉତ୍କଳ ବିପନ୍ନ

ସହାୟତା ସମିତିରେ ଅବସ୍ଥାନ କରିବେ । ୧୪ ତାରିଖ ଦିନ କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର

ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ

ଉଦ୍‌ବୋଧନ ଦେବେ । ସେହି ଦିନ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା

ସହିତ ଗୋବଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟକରି

ଭୁବନେଶ୍ଵର ଫେରି ଆସିବେ । ଏହାପରେ ୧୫ ତାରିଖ ଦିନ ଡ.ଭାଗବତ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande