ଭୋପାଳ/ରାୟସେନ, 10 ଅଗଷ୍ଟ (ହି.ସ.)-ମଧ୍ୟ
ପ୍ରଦେଶର ରାଇସେନ ଜିଲ୍ଲାର ଉମରିଆ ଗ୍ରାମର ଦଶହରା ମୈଦାନରେ ରବିବାର ଦିନ ପ୍ରତିରକ୍ଷାମନ୍ତ୍ରୀ
ରାଜନାଥ ସିଂହ ‘ବ୍ରହ୍ମା
ପ୍ରକଳ୍ପ’
ର ଭୂମିପୂଜନ କରିଛନ୍ତି। ୬୦ ହେକ୍ଟରଠାରୁ ଅଧିକ ଜମିରେ, ୧୮୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବାକୁ ଯାଉଥିବା ଏହି
ବ୍ରହ୍ମା ପ୍ରକଳ୍ପଦ୍ୱାରା ଭୋପାଲ୍, ରାଇସେନ୍, ସିହୋର୍
ଓ ବିଦିଶା ଇତ୍ୟାଦି ଜିଲ୍ଲାଗୁଡିକୁ ଲାଭ ମିଳିବ। ସେହି ସହିତ, ଏହି ଅଞ୍ଚଳର ଟେକ୍ନିକାଲ୍ ସଂସ୍ଥାନରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ
ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ।
କାର୍ଯ୍ୟକ୍ରମରେ ଭାଷଣ ଦେଇ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରର ଏକ କେନ୍ଦ୍ର ବନିବାକୁ ଯେଉଁ ଗୁଣ ଦରକାର, ସେସବୁ ମଧ୍ୟ ପ୍ରଦେଶ ପାଖରେ ଅଛି। ଏଠାରେ ସମସ୍ତ ପ୍ରୟୋଜନୀୟ ସଂଶାଧନ
ଉପଲବ୍ଧ ଅଛି। ମଧ୍ୟ ପ୍ରଦେଶକୁ ସାରା ଦେଶର ହୃଦୟ ରୂପେ ଜଣାଯାଏ। ଆଜି ୧୮୦୦ କୋଟି ଟଙ୍କା
ଖର୍ଚ୍ଚ ହେବାକୁ ଯାଉଥିବା ଏହି ପ୍ରକଳ୍ପର ଭୂମିପୂଜନ ହେଇଛି। ଏହାର ନିର୍ମାଣ ପରେ ପ୍ରାୟ ୫,୦୦୦ ଲୋକଙ୍କୁ ରୋଜଗାର ମିଳିବ। ଆଗାମୀ ଦିନରେ ମଧ୍ୟ ରକ୍ଷା କ୍ଷେତ୍ର
ମାଧ୍ୟମରେ ଯେଉଁ ମଧ୍ୟ ସମ୍ଭବ ହେବ, ତାହା ପାଇଁ ମୁଁ ସର୍ବଦା ପ୍ରସ୍ତୁତ ରହିବି।
ସେ ଏହା
ମଧ୍ୟ କହିଥିଲେ ଯେ, ଏଠାରେ କେବଳ ରେଳ ଡବା ନିର୍ମାଣ
ନୁହେଁ, ବରଂ
ରେଲୱେର ଅନ୍ୟାନ୍ୟ ଉତ୍ପାଦମାନେ ମଧ୍ୟ ତିଆରି ହେବେ। ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର କାମ
ସମ୍ପୂର୍ଣ୍ଣ ହେବ। ଏଥିପରି ନିର୍ମାଣ ଦ୍ୱାରା ଆଖପାଖର ଅଞ୍ଚଳର ମଧ୍ୟ ବିକାଶ ହେବ। ସାରା ଦେଶର
ତେଜ ଗତିରେ ଚାଲୁଥିବା ଟ୍ରେନମାନେ ମଧ୍ୟ ପ୍ରଦେଶରେ ତିଆରି ହେଉଥିବା କୋଚ୍ ବ୍ୟବହାର କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା