ସୋମବାର ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଇଣ୍ଡି ମେଂଟର ନେତା ସଂସଦରୁ ନିର୍ବାଚନ ଆୟୋଗ ଯାଏ କରିବେ ବିକ୍ଷୋଭ, ଭୋଟ ଚୋରି ଅଭିଯୋଗ
ନୂଆଦିଲ୍ଲୀ, 10 ଅଗଷ୍ଟ (ହି.ସ.)-ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗ ଉପରେ ଭୋଟ ଚୋରି କରିବାର ଅଭିଯୋଗ ଆଣିବା ପରେ, ଇଣ୍ଡି ମେଂଟର ନେତାମାନେ ସୋମବାର ଦିନ ପାର୍ଲାମେଣ୍ଟ ଭବନରୁ ନିର୍ବାଚନ ଆଯୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିକ୍ଷୋଭ ପ୍ର
ସୋମବାର ରାହୁଲ     ଗାନ୍ଧିଙ୍କ ନେତୃତ୍ୱରେ ଇଣ୍ଡି ମେଂଟର ନେତା ସଂସଦରୁ ନିର୍ବାଚନ ଆୟୋଗ ଯାଏ କରିବେ ବିକ୍ଷୋଭ,     ଭୋଟ ଚୋରି ଅଭିଯୋଗ


ନୂଆଦିଲ୍ଲୀ, 10 ଅଗଷ୍ଟ (ହି.ସ.)-ଲୋକସଭାରେ

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗ ଉପରେ ଭୋଟ ଚୋରି କରିବାର ଅଭିଯୋଗ ଆଣିବା

ପରେ,

ଇଣ୍ଡି ମେଂଟର ନେତାମାନେ ସୋମବାର ଦିନ ପାର୍ଲାମେଣ୍ଟ ଭବନରୁ

ନିର୍ବାଚନ ଆଯୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବେ।

ସୂତ୍ର ଅନୁଯାୟୀ, ୧୧ ଅଗଷ୍ଟ ଦିନ ବିରୋଧୀ ସାଂସଦମାନେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡି ମେଂଟର ବରିଷ୍ଠ

ନେତାମାନଙ୍କ ନେତୃତ୍ୱରେ ପାର୍ଲାମେଣ୍ଟ ଭବନ ପରିସରରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ

ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଲମ୍ବା ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ବିରୋଧୀ ଦଳମାନେ

ନିର୍ବାଚନ ଆଯୋୟୋଗ ସହିତ ବୈଠକ ପାଇଁ ପୂର୍ବରୁ ସମୟ ମାଗିଛନ୍ତି ।

ବିରୋଧୀ ଦଳମାନେ

କହିଛନ୍ତି ଯେ, ଏହି ବିକ୍ଷୋଭ

ରାଜନୈତିକ ଲକ୍ଷ୍ୟ ନୁହେଁ, ବରଂ ଏହା ଗଣତାନ୍ତ୍ରିକ ପ୍ରକ୍ରିୟାର ପାରଦର୍ଶିତା ଓ ନିଷ୍ପକ୍ଷତା ସୁନିଶ୍ଚିତ କରିବା ପାଇଁ

ଏକ ଦାବି ଭାବେ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande