ବୌଦ୍ଧ, ୧୨ ଅଗଷ୍ଟ (ହି.ସ.) - ଦେଶସାରା ପାଳନ କରାଯାଉଛି ହର ଘର ତିରଙ୍ଗା, ହର ଘର ସ୍ୱଚ୍ଛତା ଉତ୍ସବ । ବୌଦ୍ଧ ଜିଲାର ସଦର ମହକୁମା ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ଚାଲିଛି ତ୍ରିରଙ୍ଗା ଉତ୍ସବ । ବୌଦ୍ଧ ଠାରେ ଆଜି ୨୦୨ ମିଟର ଜାତୀୟ ପତକା ସହ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଅଛି । ଜିଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ କ୍ଷ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରା ଟି ବାହାରି ଜିଲା ସଂଗ୍ରହାଳୟ , ଗାନ୍ଧୀ ଛକ , ବାଘଗୁଡା ଛକ ଦେଇ ସହର ପରିକ୍ରମା କରିବା ପରେ ଜିଲା ଷ୍ଟାଡିୟମ ଠାରେ ସମାପନ ହୋଇଥିଲା କ୍ଷ ଆୟୋଜିତ ଏହି ଶୋଭାଯାତ୍ରାରେ ସହରର ଅନେକ ବୁଦ୍ଧିଯିବୀ, ପୋଲିସ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ଯୁବ ଗୋଷୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ସହ ସାଧାରଣ ଜନତା ଶହଶହ ସଂଖ୍ୟାରେ ସାମିଲ ହୋଇଥିଲେ । ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ବୃହତ୍ ଜାତୀୟ ପତାକା ନେଇ ଶୋଭାଯାତ୍ରାକୁ ସହର ବାସୀ ଉତ୍ସାହର ସହ ସ୍ୱାଗତ କରିଥିଲେ । ଏଥିରେ ବୌଦ୍ଧ ସହରର ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟୁଟୁସିଙ୍ଗା ଉଚ୍ଚବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ଶୋଭାଯାତ୍ରା ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ ରଞ୍ଜନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍ ସିଂ, ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ, ବୌଦ୍ଧ ଆଇ ଆଇ ସି ରଂଜିତ ମୁନୀ, ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ମଲ୍ଲିକ ଓ ଅନ୍ୟ ଅଧିକାରୀ ତଥା ବିଭିନ୍ନ ବିଦ୍ୟାଳୟ ମହା ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଏଥିରେ ଆରକ୍ଷୀ ବାହିନୀ ଙ୍କ ଦ୍ୱାରା ଟ୍ରାଫିକ ପରିଚାଳନା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମ୍ବୁଲାନ୍ସ ସେବା ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ